ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି କାଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି କାଢ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି। ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍‌ ପାଣିରେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍‌ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହି କାଢ଼ାକୁ ଘରେ କିପରି ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ

  • ୧୦୦ ଗ୍ରାମ୍‌ ଗଙ୍ଗଶିଉଳି ଫୁଲ ଓ ପତ୍ର
  • ୪ ଗ୍ରାମ୍‌ ଚୂନ (ପାନରେ ଲଗା ଯାଉଥିବା ଚୂନ)
  • ୧ ଲିଟର ପାଣି
  • ଲେମ୍ୱୁ ରସ
  • ଗୁଡ଼ କିମ୍ୱା ମହୁ

ପ୍ରସ୍ତୁତି 

ଗଙ୍ଗଶିଉଳି ଫୁଲ ଓ ପତ୍ରକୁ ଧୋଇ ଭଲ ଭାବରେ ଶୁଖାଇ ଦିଅନ୍ତୁ। ଏହା ପରେ ଏହାକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ। ଏହି ଗୁଣ୍ଡକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଚାହୁଁଥିଲେ, ମଝିରେ ମଝିରେ ଖରାରେ ଶୁଖାନ୍ତୁ। ଏହା ପରେ ଯେବେ ବି କାଢ଼ା ତିଆରି କରିବାକୁ ଚାହୁଁଛନ୍ତି, ଗରମ ପାଣିରେ ଏହି ଗୁଣ୍ଡକୁ ପକାଇ ଫୁଟାନ୍ତୁ।

ମନେ ରଖନ୍ତୁ, ୧ ଲିଟର ପାଣିରେ ଗଙ୍ଗଶିଉଳି ପତ୍ର ଓ ଫୁଲ ଗୁଣ୍ଡକୁ ପକାଇ ଅଳ୍ପ ଆଞ୍ଚରେ ଫୁଟାଇବେ। ଏହି ପାଣି ଫୁଟି କରି ଗୋଟିଏ କପ୍ ହୋଇଗଲେ ଆଞ୍ଚରୁ ଓହ୍ଲାଇ ଆଣିବେ। ପରେ ଏହି ମିଶ୍ରଣକୁ ଛାଣି ଏଥିରେ ଚୂନ, ଲେମ୍ୱୁ ରସ ଓ ମହୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ଉଷୁମ ଉଷୁମ ପିଅନ୍ତୁ।

ଆସନ୍ତୁ ଜାଣିବା ଏହି କାଢ଼ା  ଅନ୍ୟ କେଉଁସବୁ ସମସ୍ୟାରୁ ମୁକ୍ତି ଦେଇଥାଏ। 

୧. ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ରହିଛି, ତା’ହେଲେ ଏହି କାଢ଼ାକୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଣ୍ଡରେ ଲଗାନ୍ତୁ। ଏହିପରି ଭାବରେ ୨୧ ଦିନ ଲଗାନ୍ତୁ। ଦେଖିବେ କେଶ ଝଡ଼ିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ।
୨. ଡେଙ୍ଗୁ, ମ୍ୟାଲେରିଆ ପରି ଜ୍ୱର ଓ ଚିକେନ୍‌ଗୁନିଆ ରୋଗକୁ ଭଲ କରିବା ପାଇଁ ଗଙ୍ଗଶିଉଳି କାଢ଼ା ଲାଭଦାୟକ।

୩. ଛୋଟ ଛୁଆଙ୍କର କୃମି ସମସ୍ୟା ଥିଲେ, ସକାଳେ, ଦ୍ୱିପ୍ରହରରେ ଓ ସନ୍ଧ୍ୟାରେ ସେମାନଙ୍କୁ ଗୋଟିଏ ଚାମଚ ଲେଖାଏ କାଢ଼ା ଦିଅନ୍ତୁ। ଏହାଦ୍ୱାରା ଛୁଆଙ୍କ ପେଟରୁ କୃମି ସଫା ହୋଇଯିବ। ଛୁଆଙ୍କୁ କେବଳ ତିନି ଦିନ ପର୍ଯ୍ୟନ୍ତ ଏହି କାଢ଼ା ପିଇବାକୁ ଦିଅନ୍ତୁ।

୪. ଗଙ୍ଗଶିଉଳି ପତ୍ର ଓ ଫୁଲରେ ପ୍ରସ୍ତୁତ କାଢ଼ାକୁ ଖାଦ୍ୟ ଖାଇବାର ୩୦ ରୁ ୩୫ ମିନିଟ୍‌ ପୂର୍ବରୁ ପିଅନ୍ତୁ। ଏପରି ନକଲେ ଆପଣଙ୍କର ପାଚନଜନିତ ସମସ୍ୟା ଭଲ ହେବ ନାହିଁ।

ମନେ ରଖନ୍ତୁ, ଏହି ସମସ୍ତ ଆୟୁର୍ବେଦିକ ଚିକିତ୍ସା ଅନୁସରଣ କରିବା ପୂର୍ବରୁ ଆୟୁର୍ବେଦିକ ଡାକ୍ତରଙ୍କ ସହିତ ଅବଶ୍ୟ ପରାମର୍ଶ କରନ୍ତୁ।

 



from Odisha Reporter https://ift.tt/2BJ7Vet

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages