ଲାଉ ପଲଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

ଲାଉ ପଲଉ

ଆବଶ୍ୟକ ସାମଗ୍ରୀ: ଲାଉ, ବାସୁମତୀ ଚାଉଳ, ତେଲ, ଲୁଣ, ଜିରା, ତେଜପତ୍ର, ଡାଲଚିନି, ଜାଇଫଳ, ଗୋଲମରିଚ, ଗୁଜୁରାତି, ଗାଜର, ଗ୍ରୀନ୍‌ ମଟର, କାଜୁବାଦାମ୍, କିସ୍‌ମିସ୍‌, ଚିନି, ପୋଦିନା ପତ୍ର, ଧନିଆ ପତ୍ର, ଗରମ ମସଲା, କସ୍ତୁରୀ ମେଥି, ଘିଅ ଓ ଲେମ୍ବୁରସ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଲାଉକୁ କୋରି ତାକୁ ଭଲ ଭାବେ ଚିପୁଡ଼ି ତା’ର ପାଣି ବାହାର କରି ଦିଅନ୍ତୁ। ଏହାପରେ ବାସୁମତୀ ଚାଉଳକୁ ଧୋଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କୋରା ଲାଉକୁ ଭଲ ଭାବେ ଭାଜି ଦିଅନ୍ତୁ। ଏହା ପରେ ଆଉ ଥରେ କଡ଼େଇରେ ତେଲ ଗରମ କରି ଜିରା, ତେଜପତ୍ର, ଡାଲଚିନି, ଜାଇଫଳ, ଗୋଲମରିଚ, ଗୁଜୁରାତି, କଟା ଗାଜର, ଗ୍ରୀନ୍ ମଟର, କାଜୁବାଦାମ୍ ଓ କିସ୍‌ମିସ୍‌ ପକାଇ ଭାଜନ୍ତୁ। ଏସବୁ ଭାଜି ହୋଇଯିବା ପରେ ବାସୁମତୀ ଚାଉଳ ପକାଇ ଭଲ ଭାବେ ଭାଜନ୍ତୁ। ଚାଉଳ ଅଳ୍ପ ଭାଜି ହେବା ପରେ ସେଥିରେ ଲାଉରସ ଓ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ଏଥିରେ ଭଜା ଲାଉ, ଅଳ୍ପ ଚିନି, ଲୁଣ, ପୋଦିନାପତ୍ର, କସ୍ତୁରୀ ମେଥି, ଘିଅ ଓ ଲେମ୍ବୁରସ ପକାଇ ଘୋଡ଼ାଇ ଦିଅନ୍ତୁ। ୧୦ ମିନିଟ ପରେ ଘୋଡ଼ଣୀ ବାହାର କରି ଧନିଆ ପତ୍ର ଓ ଗରମ ମସଲା ପକାଇ କଡ଼େଇକୁ ଚୁଲିରୁ ଓହ୍ଲାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଲାଉ ପଲାଉ’।



from Odisha Reporter https://ift.tt/2BEIDhu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages