୫ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

୫ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ନିକଟ ଘଣ୍ଟିଖାଲ ନିଧପୁର ଷ୍ଟେସନ ପାଖରେ ଆଜି ଏକ ମାଲବାହୀ ଟ୍ରେନ୍‌ରୁ ୫ଟି ବଗି ଛିଡ଼ି ଅଲଗା ହୋଇଯାଇଥିଲା। ୫ଟି ବଗିକୁ ଛାଡ଼ି ଟ୍ରେନ୍‌ଟି ବେଶ୍‌ କିଛି ଦୂର ପଳାଇଥିଲା। ତେବେ ଏହା ପୁରୁଣା କଟକ-ସମ୍ବଲପୁର ଲାଇନ୍‌ର ନିଧିପୁର ଲେବଲ୍‌ କ୍ରସିଂ ଠାରେ ଅଟକି ଥିଲା। ଏଥିଯୋଗୁ ପ୍ରାୟ ଘଣ୍ଟାଏ ଧରି ନିଧିପୁର ଲେବଲ୍‌ କ୍ରସିଂର ଉଭୟ ପଟ ରାସ୍ତାରେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ଷ୍ଟେସନ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ରେଳବାଇ ଅଧିକାରୀ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଟ୍ରେନ୍‌ଟି ପୁଣି ଥରେ  ନିଧିପୁର ଷ୍ଟେସନକୁ ଫେରିଥିଲା।  ଅଲଗା ହୋଇଥିବା ବଗିର ଲକ୍‌ ଓ ପାଇପକୁ ଲଗାଇବା ପରେ ଟ୍ରେନଟି ପୁଣି ଯାତ୍ରା କରିଥିଲା।   



from Odisha Reporter https://ift.tt/31Y8lbG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages