ଶୋଇବା ଘରେ ହନୁମାନଙ୍କ ଫଟୋ ଲଗାଉଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ଶୋଇବା ଘରେ ହନୁମାନଙ୍କ ଫଟୋ ଲଗାଉଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନରେ ଦେଖା ଯାଉଥିବା ଝଡ଼ର କାରଣ ଶୋଇବା ଘର ବି ହୋଇପାରେ। ଏଥିରେ କିଛି ବାସ୍ତୁ ଦୋଷ ଥିଲେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦିଏ। ସେହିପରି କିଛି ଜିନିଷ ଅଛି, ଯେଉଁଗୁଡ଼ିକୁ ଶୟନ କକ୍ଷରେ ଆଦୌ ରଖିବା ଉଚିତ୍ ନୁହେଁ।  ଏହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଶୟନ କକ୍ଷରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ।

୧. ଆକ୍ୱାରିୟମ୍‌କୁ ଶୋଇବା ଘରେ ରଖିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ବି ପଡ଼ିଥାଏ। ତେଣୁ ଏହାକୁ ସର୍ବଦା ଘରର ପ୍ରବେଶ ଦ୍ୱାରର ବାମପଟେ ରଖନ୍ତୁ। ତା’ହେଲେ ଭଲ ଫଳ ପ୍ରଦାନ କରିବ।

୨. ଘର ଭିତରେ ବା ବାହାରେ ଭୁଲ୍‌ ସ୍ଥାନରେ ଗଛ ଲଗାଇଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଖରାପ ପ୍ରଭାବ ପଡ଼ିଥାଏ। ଶୋଇବା ଘରେ କେବେ ବି କୌଣସି ଗଛ ରଖନ୍ତୁ ନାହିଁ। ନହେଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିବ।

୩. ଶୋଇବା ଘରେ କିଛି ଫଟୋ ଲଗାନ୍ତୁ ନାହିଁ।

୪. ହନୁମାନଙ୍କ ଫଟୋ ଘରେ ଲଗାଇବା ସମୟରେ ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ହନୁମାନ ବାଳ ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଫଟୋକୁ କେବେ ଶୋଇବା ଘରେ ବା ଶୟନ କକ୍ଷରେ ଲଗାନ୍ତୁ ନାହିଁ। ସେହିପରି ତାଙ୍କ ମୂର୍ତ୍ତିକୁ ବି ଶୋଇବା ଘରେ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ବଳ ଦକ୍ଷିଣ ଦିଗରେ ସବୁଠାରୁ ଅଧିକ ରହିଥାଏ। ତେଣୁ ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାନ୍ତୁ ଅବା ମୂର୍ତ୍ତ ରଖନ୍ତୁ। ତା’ହେଲେ ଶୁଭ ଫଳ ପାଇବେ।

 



from Odisha Reporter https://ift.tt/2PorrVy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages