ମୁମ୍ୱାଇ: ବ୍ୟାଡ୍ମିଣ୍ଟନ୍ ଷ୍ଟାର୍ ସାଇନା ନେହ୍ୱାଲ୍ଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହେବ। ଏଥିରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆଉ ୟା ଭିତରେ ଏହି ଫିଲ୍ମର ଫାଷ୍ଟ୍ ଲୁକ୍ ମଧ୍ୟ ରିଲିଜ୍ ହୋଇସାରିଛି। ସୋମବାର ଦିନ ସାଇନା ତାଙ୍କ ଫିଲ୍ମର ଫାଷ୍ଟ୍ ଲୁକ୍ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି।
ଫିଲ୍ମର ଫାଷ୍ଟ୍ ଲୁକ୍ ଶେଆର୍ କରି ସେ ଏହି ଯାତ୍ରାକୁ ବହୁ ଦିନ ଧରି ଅପେକ୍ଷା କରିଥିଲେ ବୋଲି ଲେଖିଛନ୍ତି। ତା’ସହିତ ପରିଣୀତି ଚୋପ୍ରା, ଅମୋଲ ଗୁପ୍ତେ, ଟି- ସିରିଜ୍ ଓ ଭୂଷଣ କୁମାରଙ୍କୁ ସେ ଶୁଭକାମନା ଜଣାଇଛନ୍ତି।
Looking forward to this journey together! My best wishes to the team #SainaNehwalBiopic 🙌#Saina @ParineetiChopra #AmoleGupte @itsBhushanKumar @deepabhatia11 @Sujay_Jairaj @TSeries pic.twitter.com/YydT5LR7gu
— Saina Nehwal (@NSaina) October 7, 2019
ଏହି ଫିଲ୍ମକୁ ନେଇ ପରିଣୀତି କହିଛନ୍ତି, “ଏହି ପ୍ରୋଜେକ୍ଟ ମୋ ପାଇଁ ପୂରା ପର୍ଫେକ୍ଟ। ଅମୋଲ ଗୁପ୍ତେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ତାଙ୍କ ସହିତ ଟିମ୍ର ସମସ୍ତ ସଦସ୍ୟମାନେ ଯେଉଁଭଳି ଭାବେ ପରିଶ୍ରମ କରୁଛନ୍ତି, ତାହା ପ୍ରଶଂସାଯୋଗ୍ୟ। ଫିଲ୍ମ ପାଇଁ ବିଶ୍ୱର ଅନେକ ବ୍ୟାଡମିଣ୍ଟନ୍ ଖେଳାଳିଙ୍କଠାରୁ ମୁଁ ତାଲିମ ନେଇ ଖୁସି ଅଛି। କିନ୍ତୁ ଟିକେ ନର୍ଭସ୍ ବି ଅଛି।”
ଏହି ଫିଲ୍ମ ପାଇଁ ଗଲା ୫ ମାସ ହେଲା ପ୍ରସ୍ତୁତି ଚଳାଇଛନ୍ତି ପରିଣୀତି। ବ୍ୟାଡ୍ମିଣ୍ଟନ୍ ଅଭ୍ୟାସ କରିବା ସହିତ ନିଜ ଫିଜିକ୍ ପାଇଁ ବି ସେ ବହୁତ ପରିଶ୍ରମ କରୁଛନ୍ତି।
ଅକ୍ଟୋବର ୧୧ରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଦିନର ଶୁଟିଂ ‘ଇଣ୍ଟର୍ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍ ମ୍ୟାନେଜ୍ମେଣ୍ଟ’ରେ ହେବ ବୋଲି ମଧ୍ୟ ଜଣାପଡ଼ିଛି।
ସୂଚନାଯୋଗ୍ୟ, ସାଇନା ନେହ୍ୱାଲଙ୍କ ବାୟୋପିକ୍ ବ୍ୟତୀତ ପରିଣୀତି ଚୋପ୍ରା ଅଜୟ ଦେବଗନ୍ଙ୍କ ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ମଧ୍ୟ ଅଭିନୟ କରିବେ। ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ।
from Odisha Reporter https://ift.tt/2pQ6zvz
No comments:
Post a Comment