ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନ ପାଇଁ ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪, ୩୦୧ ଭୋଟ୍ରେ ଆଗୁଆ ରହିଛି। ବିଜେଡିକୁ ୪୫, ୩୭୫, ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ ମିଳିଛି।
ପଞ୍ଚମ ରାଉଣ୍ଡରେ ବିଜେଡି ୨୮,୮୧୧ ଭୋଟ୍ରେ ଆଗୁଆ ରହିଥିଲା। ପଞ୍ଚମ ରାଉଣ୍ଡ ସୁଦ୍ଧା ରୀତା ସାହୁଙ୍କୁ ୩୮,୩୧୮ଭୋଟ୍ ମିଳିଥିବା ବେଳେ ବିଜେପିର ସନତ ଗଡତିଆଙ୍କୁ ୯,୫୦୭ ଭୋଟ୍ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କୁ ୧୪୩୫ ଭୋଟ୍ ମିଳିଥିଲା।
୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୨୩, ୩୬୫ ଭୋଟ୍ରେ ଆଗୁଆ ଥିଲା। ସେହିପରି ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୪୭୩ ଭୋଟ୍ରେ ଆଗୁଆ ଥିଲା।
ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୮୯୭ ଖଣ୍ଡ ଭୋଟରେ ଆଗୁଆ ରହିଥଇଲା। ବିଜେଡି ୧୪୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୩୭୮ ଓ କଂଗ୍ରେସକୁ ମିଳିଥିଲା ୫୬୯ ଖଣ୍ଡ ଭୋଟ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୮୮ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା।
from Odisha Reporter https://ift.tt/2Ph3I9B
No comments:
Post a Comment