ନୂଆଦିଲ୍ଲୀ: ହରିଆଣାରେ କିଏ ସରକାର ଗଠନ କରିବ? ଏଥିପାଇଁ ଆଜି ସକାଳୁ ୮ଟାରୁ ଭୋଟ ଗଣତି ଚାଲିଛି। ଗଣତି ଆଗକୁ ବଢ଼ିବା ସହ ଫଳାଫଳ ଧୀରେଧୀରେ ସ୍ପଷ୍ଟ ହେଉଛି। ତେବେ ହରିଆଣାରେ ବିଜେପି କ୍ଲିନସୁଇପ୍ କରିବ ବୋଲି ଯେଉଁ ଆଶା କରିଥିଲା ସେଥିରେ ଅଙ୍କୁଶ ଲାଗିବାକୁ ଯାଉଛି।
କାରଣ ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ଟ୍ରେଣ୍ଡ ଅନୁଯାୟୀ କୌଣସି ଦଳକୁ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳି ନପାରେ।
ବର୍ତ୍ତମାନ ସୁଦ୍ଧା ବିଜେପି ୪୦ଟି, କଂଗ୍ରେସ ୨୯ଟି, ଜେଜେପି ୧୦, ଆଇଏନ୍ଏଲଡି ୧ ଓ ଅନ୍ୟାନ୍ୟ ଦଳର ୧୦ଟି ଆସନରେ ଆଗରେ ରହିଛନ୍ତି। ଆଉ ମାତ୍ର କିଛି ରାଉଣ୍ଡ ଭୋଟ ଗଣତି ଥିବାରୁ ହରିଆଣାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କହିବା ଏକ ପ୍ରକାରର ମୁସ୍କିଲ ହୋଇପଡ଼ିଛି।
ଯଦି ଏପରି ଟ୍ରେଣ୍ଡ ଜାରି ରହିବ, ତା’ହେଲେ ହରିଆଣାରେ ଜେଜେପି ହିଁ କିଙ୍ଗ ମେକର ସାଜିବ। ଜେଜେପି ଯେଉଁ ଦଳକୁ ସମର୍ଥନ ଦେବ, ସେହି ଦଳ ଏଠାରେ ସରକାର ଗଠନ କରିବ।
ହରିଆଣା ଝୁଲା ବିଧାନସଭା ଅଭୁମୁଖେ ଯାଉଥିବାରୁ ଏବେ ବିଜେପିର ବରିଷ୍ଠ ନେତାମାନେ ଏବେଠାରୁ ଜେଜେପି ସହ ଆଲୋଚନା କରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାପଡ଼ିଛି।
from Odisha Reporter https://ift.tt/33UNsiP
No comments:
Post a Comment