ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଆଗାମୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କ ନାମ କେନ୍ଦ୍ର ନିକଟକୁ ପଠାଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ ବାବଦରେ ନିଜେ କେନ୍ଦ୍ରକୁ ସୁପାରିଶ କରନ୍ତି।
ସୂଚନାଯୋଗ୍ୟ, ଗତ ୧୬ରେ ରାମ ମନ୍ଦିର ମାମଲାର ଶୁଣାଣି ଶେଷ ହୋଇଛି। ଏବେ ସୁପ୍ରିମକୋର୍ଟ ରାୟ ରାୟ ସଂରକ୍ଷିତ ରଖିଛନ୍ତି। ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍କୁ ନେଇ ଲାଗିଥିବା ବିବାଦର ରାୟ ଆସନ୍ତା ୪ରୁ ୧୭ ତାରିଖ ମଧ୍ୟରେ ପ୍ରକାଶ ପାଇବ। ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ।
ଅଯୋଧ୍ୟା ମାମଲାରେ ଯେଉଁ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ ସେମାନଙ୍କ ମଧ୍ୟରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ରହିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସେ ହିଁ ସର୍ବୋଚ୍ଚ ବିଚାରପତି ବୋଲି ଜଣାପଡ଼ିଛି। ସେ ତାଙ୍କର କ୍ୟାରିଅର ପ୍ରଥମେ ମହାରାଷ୍ଟ୍ର ବାର କାଉନସିଲରୁ ଆରମ୍ଭ କରିଥିଲେ। ଏହାପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ସେ ଓକିଲାତି ପ୍ରାକ୍ଟିସ କରିଥିଲେ । ୨୦୦୦ ମସିହାରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ପରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୩ ମସିହାରୁ ସେ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି।
from Odisha Reporter https://ift.tt/2VTxnXH
No comments:
Post a Comment