ନୂଆଦିଲ୍ଲୀ: ଭାରତ ସହ ବନ୍ଧୁତ୍ୱ ଆଗ। ପାକିସ୍ତାନ ଓ ପିଓକେ ସହ ସମ୍ପର୍କ ପଛ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଫ୍ରାନ୍ସର ନ୍ୟାଶନାଲ୍ ଆସେମ୍ବଲିରେ ପିଓକେର ମୁଖ୍ୟ ମାସୁଦ ଖାନଙ୍କୁ ନେଇ ଏକ ବୈଠକ ହେବାର ଥିଲା। ଏ ନେଇ ସେପ୍ଚେମ୍ୱର ୨୬ରେ ପାକିସ୍ତାନ-ଫ୍ରାନ୍ସ ଫ୍ରେଣ୍ଡସିପ୍ ଗ୍ରୁପ ଦ୍ୱାରା ବୈଠକ ବାବଦରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ପିଓକେର ମୁଖ୍ୟ ମାସୁଦ ଖାନ୍ ଏହି ବୈଠକରେ ଯୋଗ ଦେଲେ ଭାରତ ସହ ଆଗାମୀ ଦିନରେ ସମ୍ପର୍କ ଖରାପ ହୋଇପାରେ ବୋଲି ଫ୍ରାନ୍ସ ସରକାର ହୃଦବୋଧ କରିଥିଲେ। ତେଣୁ ପିଓକେ ମୁଖ୍ୟଙ୍କ ଫ୍ରାନ୍ସ ଗସ୍ତକୁ ବାତିଲ୍ କରିଛନ୍ତି ଫ୍ରାନ୍ସ ସରକାର।
ଅନ୍ୟପଟେ ଅକ୍ଟୋବର ୮ରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଫ୍ରାନ୍ସ ସରକାର ଭାରତକୁ ବାକି ୩୬ଟି ଲଢ଼ୁଆ ବିମାନ ରାଫେଲ ହସ୍ତାନ୍ତର କରିବାକୁ ଯାଉଛନ୍ତି। ତେଣୁ ଅକ୍ଟୋବର ୭ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ। ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ରାଜନାଥ ସିଂହ ୩୬ଟି ଲଢ଼ୁଆ ବିମାନ ଗ୍ରହଣ କରିବେ। ଏହାପରେ ଏହି ଲଢୁଆ ବିମାନରେ ଉଡ଼ିବାର ଯୋଜନା ମଧ୍ୟ ରହିଛି। ଏହି ଅବସରରେ ଫ୍ରାନ୍ସ ସେନାର ପ୍ରମୁଖ ଅଧିକାରୀଙ୍କ ସମେତ ରାଫେଲ ବିମାନ ନିର୍ମାତା ଡାସୋଲ୍ଟ କମ୍ପାନୀର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ଗତ ମାସରେ ଭାରତକୁ ଗୋଟିଏ ରାଫେଲ୍ ବିମାନ ଭାରତକୁ ହସ୍ତାନ୍ତର କରିଥିଲା ଫ୍ରାନ୍ସ।
ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇ ପଡ଼ିଛି ପାକିସ୍ତାନ। କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାବେଳେ ପାକିସ୍ତାନ କିନ୍ତୁ ଏହାକୁ ବେଆଇନ ଭାବରେ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଛି। ଯାହାର ପରିଣାମ ସେ ମଧ୍ୟ ଏବେ ପାଇସାରିଛି। ଚାଇନାକୁ ଛାଡ଼ିଦେଲେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କେହି ସହଯୋଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ନାହାନ୍ତି। ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପତିଆରା ଦିନକୁ ଦିନ ବଢ଼ୁଛି ଯାହାକି ପାକିସ୍ତାନକୁ ଅଡ଼ୁଆରେ ପକାଉଛି। ତେଣୁ ଭାରତ ସହ ବନ୍ଧୁତ୍ୱ ରଖିଥିବା ରାଷ୍ଟ୍ର ସହ ପାକିସ୍ତାନ ଏବେ ବୈଠକ କରି ଭାରତର ପତିଆରାରେ ରୋକ୍ ଲଗାଇବାକୁ ଚାହୁଁଥିବା ଜଣାପଡ଼ିଛି।
from Odisha Reporter https://ift.tt/2VbnX9P
No comments:
Post a Comment