ଜୀବିତ ଝାଡ଼େଶ୍ୱର ବଦଳରେ ମୃତ ଝାଡ଼େଶ୍ୱରଙ୍କୁ ଦେଲେ ଘର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ଜୀବିତ ଝାଡ଼େଶ୍ୱର ବଦଳରେ ମୃତ ଝାଡ଼େଶ୍ୱରଙ୍କୁ ଦେଲେ ଘର !

ତେଲକୋଇ(ଚିନ୍ମୟ ସାହୁ): ଇଟା ଓ ମାଟିରେ ତିଆରି ହୋଇଛି କାନ୍ଥ। ସାମ୍ନା ପଟକୁ ଭଲ ଦେଖା ଯାଉଥିଲେ ବି ପଛ ପଟର ଦୃଶ୍ୟ ଭିନ୍ନ। ଉପରେ ଚାଳ ଛପର ହୋଇଛି। କିନ୍ତୁ ଛପର ଉଡ଼ିଗଲାଣି। ତା’ଉପରେ ଟଣା ହୋଇଛି ତିନୋଟି ପାଲ। ଏମିତି ଏକ ଘରେ ରହୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଛାମୁଣ୍ଡା ପଞ୍ଚାୟତର ଗୋଳାବନ୍ଧ ଗାଁର ଗୋବର୍ଦ୍ଧନ ନାୟକ ଓ ତାଙ୍କ ପୁଅ ଝାଡ଼େଶ୍ୱର। ସେମାନଙ୍କ ଘରେ ଆଉ କେହି ନାହାନ୍ତି।

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘରଟିଏ କରିବା ପାଇଁ ଗୋବର୍ଦ୍ଧନ ବହୁବାର ପଞ୍ଚୟତ ଅଫିସ୍‌କୁ ଦୌଡ଼ିବା ସତ୍ତ୍ୱେ ତାଙ୍କୁ ଏହାର ସୁଫଳ ମିଳି ନାହିଁ। ଏପରିକି ଘର ଖଣ୍ଡିଏ କରାଇ ଦେବା ପାଇଁ ସେ ଲାଞ୍ଚ ବି ଦେଇଥିଲେ। ହେଲେ ଫଳ ଓଲଟା ହେଲା। ତାଙ୍କ ପୁଅ ଝାଡ଼େଶ୍ୱର ବଦଳରେ ଗାଁର ଝାଡ଼େଶ୍ୱର ନାମକ ଆଉ ଜଣେ ବ୍ୟକ୍ତିଙ୍କ ନାଁରେ କାର୍ଯ୍ୟାଦେଶ ହୋଇଛି, ଯିଏ କି ୨୫ ବର୍ଷ ତଳେ ମରି ସାରିଛନ୍ତି।

ଗୋବର୍ଦ୍ଧନ ନାୟକ ଅଭିଯୋଗ କରି କହିଛନ୍ତି, “୨୦୧୮ ମସିହାରେ ମୋ ପୁଅ ଝାଡେଶ୍ୱର ନାଏକ ନାଁରେ ପ୍ରଥମ ପର୍ଯ୍ୟାୟରେ ଘର ଆସିଥିଲା। ହେଲେ ମୋ ପୁଅର ମାନସିକ ସ୍ଥିତି ଠିକ୍‌ ନାହିଁ। ମୁଁ ବି ସେହି ସମୟରେ ତାମିଲନାଡୁରେ ଥିଲି। ମୁଁ ମେ’ ମାସରେ ଗାଁକୁ ଆସି ଘର ବାବଦରେ ସରପଞ୍ଚଙ୍କୁ ପଚାରିବାରୁ ଦ୍ୱିତୀୟ ପର୍ଯ୍ୟାୟରେ ଘର ମିଳିବ ବୋଲି କହିଥିଲେ।  ଗତ ଏପ୍ରିଲ ମାସରେ ଘର ନେଇ ପୁଣି ସରପଞ୍ଚଙ୍କୁ ପଚାରି ଥିଲି। ଏଥର ମୋ ଘର ହୋଇଯିବ ବୋଲି ସେ କହିଥିଲେ। ତା’ପରେ ଡକ୍ୟୁମେଣ୍ଟ ଦେବାକୁ କହିଥିଲେ। ମୁଁ ଡକ୍ୟୁମେଣ୍ଟ ଦେଇଥିଲି। କିଛି ଦିନ ପରେ ୩ ହଜାର ଟଙ୍କା ଦେବାକୁ କହିଥିଲେ। ଟଙ୍କା ମଧ୍ୟ ଦିଆଗଲା। ହେଲେ ଘର ମିଳିଲା ନାହିଁ।”

ସେ ଆହୁରି କହିଛନ୍ତି, “୨୫ ବର୍ଷ ତଳେ ମରିଯାଇଥିବା ଗାଁର ଆଉ ଜଣେ ଝାଡ଼େଶ୍ୱରଙ୍କୁ ଘର ଦିଆଯାଇଛି। ଏନେଇ ସରପଞ୍ଚଙ୍କୁ ଜଣାଇଛି। ଏଥିସହ ବିଡିଓଙ୍କୁ ଦରଖାନ୍ତ ଦେଇଛି।”

ଏନେଇ ତେଲକୋଇ ବିଡିଓ ଦିଲୀପ କୁମାର ବାଡ଼ା କହିଛନ୍ତି, “ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ ପରେ ଗୃହ କାର୍ଯ୍ୟାଦେଶ ଦିଆଯାଉଛି। ମୃତ ବ୍ୟକ୍ତିଙ୍କ ନାଁରେ ଘର ଯିବା କଥା ନୁହେଁ। ଏହା ସମ୍ଭବ ନୁହେଁ। ଆମେ ତାଙ୍କ ପାସ୍‌ବୁକ୍‌ ଓ ଆଧାର କାର୍ଡ ନେଉଛୁ। ଘଟଣାର ତଦନ୍ତ କରାଯିବ।”

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ ସମୟରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୁଏ। କେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ଘର ମିଳୁଛି ତ ଆଉ କେଉଁଠି ତାଲିକାରେ ନାଁ ଥାଇ ମଧ୍ୟ ହିତାଧିକାରୀଙ୍କୁ ମିଳୁନି ଘର। ଗୋବର୍ଦ୍ଧନ ଓ ଝାଡ଼େଶ୍ୱରଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ତେବେ ଦେଖାଯାଉ, ତଦନ୍ତରୁ କ’ଣ ବାହାରୁଛି ଓ ଗୋବର୍ଦ୍ଧନଙ୍କୁ ଘର ମିଳୁଛି ନା ନାହିଁ।

 



from Odisha Reporter https://ift.tt/32v1K9F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages