ଦୀର୍ଘ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ବୈଠକ ବସିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ଦୀର୍ଘ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ବୈଠକ ବସିଲା

ନୂଆଦିଲ୍ଲୀ: ଦୀର୍ଘ ୧୨ ବର୍ଷ ପରେ ଦେଶରେ ଜେପି ମୋର୍ଗାନ ଅନ୍ତର୍ଜାତୀୟ କାଉନସିଲ ବୈଠକ ବସିଛି। ୨୦୦୭ ପରେ ବସିଥିବା ଏହି ବୈଠକର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶ ବିଦେଶର ଜଣାଶୁଣା ବ୍ୟବସାୟୀ, ଶିଳ୍ପପତି ଓ ନେତାମାନେ ଏହି ଅବସରରେ ଯୋଗ ଦେଇଥିଲେ। ୨୦୧୪ ସୁଦ୍ଧା ଦେଶର ଅର୍ଥନୀତିକୁ କିଭଳି ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇ ହେବ ସେ ବାବଦରେ ଏହି ବୈଠକରେ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ପୂର୍ବତନ ବୈଦେଶିକ ସଚିବ କାଣ୍ଡୋଲିଜା ରାଇସ, ହେନେରି କିସିଂଜର, ରବର୍ଟ ଗେଟସ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ ହାବାର୍ଡ ଏବଂ ଦେଶର ଶିଳ୍ପପତି ରତନ ଟାଟା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସରକାରର ପ୍ରଥମ ଲକ୍ଷ୍ୟ କିଭଳି ଲୋକମାନେ ସ୍ୱାସ୍ଥ୍ୟ ସୁବିଧା ପାଇବେ ଏବଂ ଉନ୍ନତମାନର ଶିକ୍ଷାବ୍ୟବସ୍ଥା ଯୋଗାଇ ହେବ।



from Odisha Reporter https://ift.tt/2JfUDKt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages