ଫିଲ୍ମ ‘ଷାଣ୍ଢ କି ଆଖ୍’କୁ ଟାକ୍ସ ଫ୍ରି କଲେ ଯୋଗୀ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ଫିଲ୍ମ ‘ଷାଣ୍ଢ କି ଆଖ୍’କୁ ଟାକ୍ସ ଫ୍ରି କଲେ ଯୋଗୀ ସରକାର

ମୁମ୍ବାଇ: ଦୀପାବଳିର ମଜା ଦୁଇଗୁଣ କରିବାକୁ ଏହାର ଠିକ୍ ପୂର୍ବରୁ ରିଲିଜ୍‌ ହେବାକୁ ଯାଉଛି ତାପସୀ ପନ୍ନୁ ଓ ଭୂମି ପେଡନାକରଙ୍କ ଫିଲ୍ମ ‘ଷାଣ୍ଢ କି ଆଖ୍’। ଏବେ ଭୂମି ଓ ତପସୀ ଏହାର ପ୍ରମୋଶନରେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ।  ମିହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରତ୍ସାହନ ଉପରେ ନିର୍ମିତ ଏହି ଫିଲ୍ମଟିକୁ ପୂର୍ବରୁ ରାଜସ୍ଥାନ ଟାକ୍ସ ଫ୍ରି କରିସାରିଛି। ଆଉ ଏବେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ଫିଲ୍ମକୁ ଟାକ୍ସ ଫ୍ରି କରିଦେଇଛନ୍ତି।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି ଫିଲ୍ମଟିକୁ ଟାକ୍ସ ଫ୍ରି କରିବାକୁ ଘୋଷଣା କରିଦେଇଛନ୍ତି। ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ଭୂମି ଓ ତାପସୀ, ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ସହ ‘ଦ କପିଲ ଶର୍ମା ଶୋ’କୁ ଆସିଥିଲେ। ଶୋ’ରେ ଦୁଇଜଣ ବୁଢ଼ୀମାଆଙ୍କ ଅନ୍ଦାଜ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। କପିଲ ଶର୍ମା ଶୋ’ର ଏହି ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ ହେଉଛି।

ଶୁଟର୍ ଦାଦୀ ତଥା ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମଟି ଅକ୍ଟୋବର ୨୫ ତଥା ଆସନ୍ତା ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହେବ। ଏହାର ପ୍ରଯୋଜନା ଅନୁରାଗ କଶ୍ୟପ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହିରାନନ୍ଦାନି।



from Odisha Reporter https://ift.tt/2PdFFZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages