ଆଜି ମହାମାୟାଙ୍କ ମହାନବମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ଆଜି ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର। ଆଧ୍ୟାତ୍ମିକ ପରିବେଶ ଓ ମନ୍ତ୍ରପାଠରେ କମ୍ପୁଛି ବିଭିନ୍ନ ପୂଜା ମଣ୍ଡପ। ଆଜି ମାଆଙ୍କ ମହାନବମୀ ଅବସରରେ ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା।

ଗତକାଲି ମହାଷ୍ଟମୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାମାୟା। ବିଭିନ୍ନ ମଣ୍ଡପରେ କିଏ ଜଗତଜନନୀଙ୍କୁ ଶାଢ଼ି ଦେଇ ନିଜର ସର୍ବମଙ୍ଗଳ କାମନା କରୁଛି ତ ଆଉ କିଏ ଚୁଡ଼ି ଓ ସିନ୍ଦୁର ଦେଇ ପରିବାରର ଶୁଭ ମନାସୁଛି । ରାଜଧାନୀରେ ଏବର୍ଷ ୧୭୨ଟି ଓ କଟକରେ ୧୬୨ ମଣ୍ଡପରେ ପୂଜା ପାଉଛନ୍ତି ମା‌ଆ। ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ବି ଝଟକୁଛନ୍ତି ମାଆ।

ଗତକାଲି ଅଷ୍ଟମୀ ଥିବାରୁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ନିକଟରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ରସୁଲଗଡ, ନୟାପଲ୍ଲୀ ଓ ଝାରପଡା ଆଦି ମଣ୍ଡପ ନିକଟରେ ଅଧିକ ଭିଡ଼ ଲାଗି ରହିଥିଲା। ଆଜି କଟକର ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ସିନ୍ଦୁର ଖେଳ।



from Odisha Reporter https://ift.tt/2Vi9au0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages