କରଞ୍ଜିଆ(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହୋଇ ପଡ଼ିଛି ଶିଶୁ କନ୍ୟା। ମାତ୍ର ୩,୪ ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ କେହି ଫୋପାଡ଼ି ପଳାଇଥିବା ଜଣାଯାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଦେଖାଦେଇଛି।
ଏହି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଜଙ୍ଗଲରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ଛୁଆଟି ଜଙ୍ଗଲରେ କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିଥିଲେ। ପରେ ସେମାନେ ଶିଶୁଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି।
ପୁଲିସ୍ ଓ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷଙ୍କୁ ଜଣାଇ ଶିଶୁଟିର ଥଇଥାନ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜନ୍ମ ପରେ ଶିଶୁଟିକୁ ପରିବାର ଲୋକେ ଛାଡ଼ି ଦେଇଯାଇଥିବା ଅନୁମାନ କରାଯାଉଛି।
from Odisha Reporter https://ift.tt/30PYmo3
No comments:
Post a Comment