ଶୁଟିଂ ସେଟ୍‌ରେ ଅନୁଭାଙ୍କ କେଉଁ ଜିନିଷ ଉପରେ ଥାଏ ସମସ୍ତଙ୍କ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ଶୁଟିଂ ସେଟ୍‌ରେ ଅନୁଭାଙ୍କ କେଉଁ ଜିନିଷ ଉପରେ ଥାଏ ସମସ୍ତଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟୁଟ୍‌, ସ୍ଲିମ୍‌ ଓ ଷ୍ଟାଇଲିସ୍‌ ଅଭିନେତ୍ରୀ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଜବରଦସ୍ତ ଅଭିନୟ କରିବା ସହ ସେ ଭଲ ନାଚି ମଧ୍ୟ ପାରନ୍ତି। ‘ମୁଁ ପ୍ରେମି ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ସେ ସବୁବେଳେ ଚୁପ୍‌ ଚାପ୍‌ ରହିବାକୁ ପସନ୍ଦ। ବେଶି ମଜାମସ୍ତି କରିବାକୁ ତାଙ୍କୁ ଭଲ ଲାଗେନି।

ସେହିପରି ଅନୁଭା ଜଣେ ଖାଦ୍ୟପ୍ରିୟ ଅଭିନେତ୍ରୀ। ପ୍ରାୟ ସମୟରେ ସେ କିଛି ନା କିଛି ଖାଇବାକୁ ପସନ୍ଦ କରନ୍ତି। ଏମିତିକି ଶୁଟିଂ ସେଟ୍‌ରେ ଟିକେ ଫ୍ରି ସମୟ ମିଳିଲେ ସେ କିଛି ନା କିଛି ଖାଆନ୍ତି।

ଥରେ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’କୁ ଆସି ଅନୁଭା କହିଥିଲେ ଯେ ଯିଏ ତାଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଢେର୍‌ ସାରା ସ୍ୱାଦିଷ୍ଟ ଖାଦ୍ୟ ଆଣି ଦିଅନ୍ତୁ।

ଅନୁଭା କହିଥିଲେ ଯେ ସେ ଶୁଟିଂ ସେଟ୍‌କୁ ସବୁବେଳେ ଖାଇବା ନେଇ ଯାଆନ୍ତି। ଏକ ସ୍ୱତନ୍ତ୍ର ବ୍ୟାଗ୍‌ରେ ସେ ଖାଦ୍ୟ ନେଇ ଯାଆନ୍ତି। ଆଉ ଶୁଟିଂ ସେଟ୍‌ରେ ତାଙ୍କର ସେହି ବ୍ୟାଗ୍‌ ଉପରେ ସମସ୍ତଙ୍କ ନଜର ଥାଏ।

ସୂଚନାଯୋଗ୍ୟ, ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାଥି ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମି ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।

 

 



from Odisha Reporter https://ift.tt/2NlGP2x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages