ପୁଲିସ୍‌ ଏନ୍‌କାଉଣ୍ଟରରେ ଟିଙ୍ଗିରି ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ପୁଲିସ୍‌ ଏନ୍‌କାଉଣ୍ଟରରେ ଟିଙ୍ଗିରି ଆହତ

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ପୁଲିସ୍‌ର ଏନ୍‌କାଉଣ୍ଟରେ ଟିଙ୍ଗିରି ଦୋରା ନାମକ ଜଣେ ଅପରାଧୀ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୀପାବଳି ଅବସରରେ ପାଣ୍ଡିଆପଥର ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର ବଳରାମ ସେଠୀ (୨୨) ନାମକ ଜଣେ ଯୁବକ ଠିଆ ହୋଇ ଖେଳ ଦେଖୁଥିଲେ। ଏହି ସମୟରେ ପି.ଶବିଶଙ୍କର ଦୋରା ଓରଫ୍ ଟିଙ୍ଗିରି ସେଠାକୁ ନିଶାଗସ୍ତ ଅବସ୍ଥାରେ ଆସିଥିଲା। ତା’ ହାତରେ ଏକ ବନ୍ଧୁକ ଥିଲା। ସେ ବନ୍ଧୁକରୁ ଗୁଳି ଚଳାଇଥିଲା। ଗୁଳିଟି ବଳରାମଙ୍କ ବାମ ଗୋଡ଼ରେ ବାଜିଥିଲା। ଏନେଇ ଖବର ପାଇ ପୁଲିସ୍‌ ତୁରନ୍ତ ଗାଁରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ଟିଙ୍ଗିରି ଗୁଳି ଚଳାଇଥିଲା। ପୁଲିସ୍‌ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ଟିଙ୍ଗିରି ଆହତ ହୋଇଛି।

ଅନ୍ୟପକ୍ଷରେ ଗୁରୁତର ବଳରାମଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।



from Odisha Reporter https://ift.tt/2PpNGdU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages