ବ୍ରେଲି ବହି ପଢ଼ିବେ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ବ୍ରେଲି ବହି ପଢ଼ିବେ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଗାମୀ ବର୍ଷଠାରୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ । ବ୍ରହ୍ମପୁରରେ ଏକ କମ୍ପ୍ୟୁଟରାଇଜଡ୍ ବ୍ରେଲି ପ୍ରେସ୍‌ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ  ଏହି ମେସିନ୍ କିଣା ଯାଇଥିବା ଜଣାଯାଇଛି। ଗୋଟିଏ ସେକେଣ୍ଡରେ ଏହି ମେସିନ୍‌ରେ ୧୬ଟି ଅକ୍ଷର ଛପାଯାଇ ପାରିବ ।

ଆସନ୍ତାବର୍ଷଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଭଳି ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ପ୍ରଥମଠାରୁ ଦଶମ ଶ୍ରେଣୀ ଯାଏଁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ବ୍ରେଲି ପାଠ୍ୟପୁସ୍ତକ । ହେଲେ ଯୁକ୍ତ ଦୁଇରେ ଆଡମିଶନ୍ ବେଳକୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ  ଏହି ସୁବିଧା ପାଇପାରୁ ନ ଥିଲେ। ଫଳରେ ଅନୋନ୍ୟପାୟ ହୋଇ ଛାତ୍ରଛାତ୍ରୀ କଲେଜରେ ରିଡ଼ର, ଟେପ୍ ରେକର୍ଡର ଦ୍ୱାରା ପାଠ ପଢ଼ୁଥିଲେ।



from Odisha Reporter https://ift.tt/2pJPDXM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages