ଭୁବନେଶ୍ୱରରେ ସର୍ବାଧିକ କମିଲା ପେଟ୍ରୋଲ ଓ ଡିଜେଲ ଦର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ଭୁବନେଶ୍ୱରରେ ସର୍ବାଧିକ କମିଲା ପେଟ୍ରୋଲ ଓ ଡିଜେଲ ଦର!

ନୂଆଦିଲ୍ଲୀ: ପାର୍ବଣ ଋତୁରେ ପିଆଜ ଦର ଉର୍ଦ୍ଧଗାମୀ ଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ଦର ନିମ୍ନଗାମୀ ହୋଇଛି। ପାଖାପାଖି ମାସେ ପରେ ତେଲ ଦର ଏବେ ସାମନ୍ୟ ହ୍ରାସ ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୨୯ ପଇସା ହ୍ରାସ ହୋଇ ୭୩.୩୧ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୨୦ ପଇସା ହ୍ରାସ ହୋଇ ୭୨.୨୪ ପଇସାରେ ପହଞ୍ଚିଛି। ଯାହାକି ସର୍ବାଧିକ କମ୍ ବୋଲି ଜଣାପଡ଼ିଛି।

ସେହିପରି ଦେଶର ୪ ମେଟ୍ରୋ ସହରରେ ପେଟ୍ରୋଲ ଦର ୧୮-୧୯ ପଇସା ହ୍ରାସ ହୋଇଥିବା ବେଳେ ଡିଜେଲ ଦର ୮-୯ ପଇସା ହ୍ରାସ ପାଇଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୮ ପଇସା ଏବଂ ଡିଜେଲ ୮ ପଇସା ହ୍ରାସ ହୋଇଛି। ସେହିପରି ମୁମ୍ୱାଇ ଏବଂ କୋଲକତାରେ ପେଟ୍ରୋଲ ୧୮ ପଇସା, ଚେନ୍ନାଇରେ ୧୯ ପଇସା ପ୍ରତି ଲିଟର ଶସ୍ତା ହୋଇଛି। ଏହାର ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ୨୮ ପଇସା ପ୍ରତି ଲିଟର ଏବଂ ଡିଜେଲ୍ ୧୪ ପଇସା ପ୍ରତି ଲିଟର ଶସ୍ତା ହୋଇଥିଲା।

ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଓ୍ୱେବସାଇଟର ସୂଚନା ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ୭୪.୩୩ ପଇସା, ମୁମ୍ୱାଇରେ ୭୯.୯୩ ପଇସା, କୋଲକାତାରେ ୭୬.୯୬ ପଇସା ଏବଂ ଚେନ୍ନାଇରେ ୭୭.୨୧ ପଇସା ପେଟ୍ରୋଲ ଲିଟର ପିଛା ରହିଛି।

ସେହିପରି ଦିଲ୍ଲୀରେ ଡିଜେଲ ଦର ୬୭.୩୫ ପଇସା, ମୁମ୍ୱାଇରେ ୭୦.୬୧ ପଇସା, କୋଲକାତାରେ ୬୯.୭୧ ପଇସା ଏବଂ ଚେନ୍ନାଇରେ ୭୧.୧୫ ପଇସା ଡିଜେଲ୍ ଲିଟର ପିଛା ରହିଛି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ଅନୁସାରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ନିର୍ଭର କରିଥାଏ। ପ୍ରତିଦନ ସକାଳ ୬ଟାରେ ତେଲ ଦାମ ପରିବର୍ତ୍ତନ ହୋଇଥାଏ।



from Odisha Reporter https://ift.tt/2oeMsGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages