ମାଛ ଆମ୍ବିଳ କେମିତି ହୁଏ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ମାଛ ଆମ୍ବିଳ କେମିତି ହୁଏ ଜାଣନ୍ତୁ

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀଗୁଣ୍ଡ ଗୋଳାଇ ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ମାଛ ଗୁଡ଼ିକୁ ଭଲ ଭାବେ ଛାଣି ଦିଅନ୍ତୁ।

କଡ଼େଇରେ ପୁଣି ତେଲ ଗରମ କରି ସେଥିରେ ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା ଓ ତେନ୍ତୁଳି ରସ ପକାଇ ଭଲ ଭାବେ ଫୁଟାନ୍ତୁ।  ଏହା ଫୁଟିବା ପରେ ଏଥିରେ ହଳଦୀଗୁଣ୍ଡ, ନଡ଼ିଆ କୋରା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୫ ମିନିଟ୍ ଘୋଡ଼ାଇ ରଖନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଲଙ୍କାଗୁଣ୍ଡ ଓ ଗୁଡ଼ ପକାଇ ଅଳ୍ପ ସମୟ ଫୁଟାନ୍ତୁ। ଏହାପରେ ସେଥିରେ ଛଣା ମାଛକୁ ପକାଇ ଭଲ ଭାବେ ଗୋଳାନ୍ତୁ ଓ ତା’ପରେ ୫ ମିନିଟ୍ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ଆମ୍ବିଳ।



from Odisha Reporter https://ift.tt/2ohUu1z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages