ଫିଲ୍ମ ଅଫର୍‌ ମିଳିଲେ ପ୍ରଥମେ ଏହି କଳାକାରଙ୍କୁ ଖୋଜନ୍ତି ବାବୁସାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଫିଲ୍ମ ଅଫର୍‌ ମିଳିଲେ ପ୍ରଥମେ ଏହି କଳାକାରଙ୍କୁ ଖୋଜନ୍ତି ବାବୁସାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ ହେଉ କି ଓଲିଉଡ୍‌, ଫିଲ୍ମଟିଏ ଅଫର୍ ପାଇଲେ ଓ କାହାଣୀ ପସନ୍ଦ ଆସିଲେ ହିରୋମାନେ ସାଧାରଣତଃ ପ୍ରଥମେ ସେଥିରେ ହିରୋଇନ୍ କିଏ ରହିବେ ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ସେହିପରି ହିରୋଇନ୍‌ମାନେ ମଧ୍ୟ ହିରୋ କିଏ ରହିବେ ବୋଲି ପଚାରନ୍ତି। ଏହା ସ୍ୱାଭାବିକ କଥା। ହେଲେ ଓଲିଉଡ୍‌ ଷ୍ଟାର୍ ବାବୁସାନ୍‌ଙ୍କ କ୍ଷେତ୍ରରେ ଏ କଥା ଦେଖାଯାଏନି। ସେ ହିରୋଇନ୍‌ କିଏ ଅଛନ୍ତି ପଚାରିବା ପୂର୍ବରୁ ସେହି ଫିଲ୍ମରେ ମିହିର ଦାସଙ୍କୁ ନିଆଯାଉଛି ନା ନାହିଁ ବୋଲି ପଚାରନ୍ତି। ତେଣୁ ଫିଲ୍ମଟିଏ ଅଫର୍ ପାଇଲା ମାତ୍ରେ ସେ ମିହିର ଦାସଙ୍କୁ ଖୋଜନ୍ତି। ସେ ରହିଲେ ବାବୁସାନଙ୍କୁ ଭଲ ଲାଗେ। ଅବଶ୍ୟ ସେମାନଙ୍କ ଯୋଡ଼ି ଭାରି ଜମେ। ଦର୍ଶକ ମଧ୍ୟ ଏ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ଭଲ ପାଆନ୍ତି।

ନିକଟରେ ଏକ ସାକ୍ଷାତକାରରେ ବାବୁସାନ୍‌ କହିଥିଲେ ଯେ ଯେତେବେଳେ ବି ତାଙ୍କୁ ଫିଲ୍ମଟିଏ ଅଫର୍‌ ମିଳେ, ସେଥିରେ ମିହିର ଦାସ ଅଛନ୍ତି କି ନାହିଁ ବୋଲି ସେ ପ୍ରଥମେ ପଚାରନ୍ତି। ମିହିର୍‌ ଦାସଙ୍କ ପରି ଜଣେ କଳାକାରଙ୍କ ସହ କାମ କରିବା ବହୁତ ଗର୍ବର କଥା। ତାଙ୍କ ସହିତ କାମ କଲେ ଅଭିନୟକୁ ନେଇ ବହୁତ କଥା ଶିଖିବାକୁ ମିଳେ। ସେ ତାଙ୍କ ସହିତ ଖାପଖୁଆଇ ଅଭିନୟ କରିବାକୁ ଚେଷ୍ଟା କରନ୍ତି। ମିହିର ଦାସଙ୍କ ସହିତ ଅଭିନୟ କରିପାରିଲେ, ତାହା ତାଙ୍କୁ ଦିନେ ଜଣେ ଭଲ କଳାକାର ହେବାରେ ସାହାଯ୍ୟ କରିବ ବୋଲି ବାବୁସାନ କହିଥିଲେ।

ବାବୁସାନ୍‌ ଓ ମିହିର୍‌ ଦାସଙ୍କୁ ‘ସଞ୍ଜୁ ସଞ୍ଜନା’, ‘ହିରୋ ନଂ ୧’, ‘ଜବରଦସ୍ତ ପ୍ରେମିକ’ ଓ ‘ସିଷ୍ଟର ଶ୍ରୀଦେବୀ’ ଭଳି ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଦଶହରା ଅବସରରେ ବାବୁସାନଙ୍କ ଫିଲ୍ମ ‘ମିଷ୍ଟର ମଜ୍‌ନୁ’ ରିଲିଜ୍ ହୋଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମରେ ତିନି ଜଣ ହିରୋଇନ୍ ଅଛନ୍ତି। ସେମାନେ ହେଲେ ସୂର୍ଯ୍ୟମୟୀ, ଶୀତଲ ଓ ଦିବ୍ୟା ଅଛନ୍ତି।



from Odisha Reporter https://ift.tt/2VocOlW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages