ଦୀପାବଳିରେ ବାସ୍ତୁ ଅନୁଯାୟୀ ପକାନ୍ତୁ ରଙ୍ଗୋଲି: ମିଳିବ ଅନେକ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଦୀପାବଳିରେ ବାସ୍ତୁ ଅନୁଯାୟୀ ପକାନ୍ତୁ ରଙ୍ଗୋଲି: ମିଳିବ ଅନେକ ଫାଇଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ତୋରଣ, ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ରଙ୍ଗ ଓ ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ଝୋଟି ପକାଯାଏ, ତା’ହେଲେ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଏହାଦ୍ୱାରା ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଘର ଉପରେ ଦେବଦେବୀଙ୍କର କୃପା ଦୃଷ୍ଟି ବି ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ବାସ୍ତୁର ନିୟମ ଅନୁଯାୟୀ କେମିତି ରଙ୍ଗୋଲି ପକାଇବେ।

-ଯଦି ଆପଣଙ୍କ ଘର ପୂର୍ବମୁହାଁ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି, ତା’ହେଲେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ। ଏହା ଆପଣଙ୍କ ଜୀବନରେ ସଫଳତାର ନୂଆ ମାର୍ଗ ନେଇଆସିବ। ଏଥିସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ।

– ଉତ୍ତରମୁହାଁ ହୋଇ ରହିଥିବା ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନ୍ ବନାଇ ରଙ୍ଗୋଲି ସଜାଇଲେ ଭଲ। ଏହାଦ୍ୱାରା  ଜୀବନରେ ଉନ୍ନତି ହେବ। ଏହି ଦିଗ ପାଇଁ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗର ପ୍ରୟୋଗ କରି ରଙ୍ଗୋଲି ପକାନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିବ।

– ଦକ୍ଷିଣ-ପୂର୍ବକୁ ମୁହଁ କରିଥିବା ଘର ସମ୍ମୁଖରେ ତ୍ରିକୋଣ ଏବଂ ଦକ୍ଷିଣମୁଖୀ ଘରରେ ଆୟତାକାର ରଙ୍ଗୋଲି ତିଆରି କରିବା ଅତ୍ୟନ୍ତ ଶୁଭଦାୟକ। ଏହିଦିଗରେ ରଙ୍ଗୋଲି ପକାଇବା ପାଇଁ ଆପଣ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ବାଇଗଣି ରଙ୍ଗ ବ୍ୟବହାର କଲେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଜୀବନ ହସଖୁସିରେ ଭରି ହୋଇଯିବ।

-ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତା’ହେଲେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି ରଙ୍ଗୋଲି ତିଆରି କରନ୍ତୁ। ଏଥି ସହ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ। ଅଧିକ ଭଲ ହେବ ଯଦି ପାଞ୍ଚୋଟି କୋଣ ଥିବା ରଙ୍ଗୋଲି ତିଆରି କରିବେ।

-ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।



from Odisha Reporter https://ift.tt/2qvIlqY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages