ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସିଡିଏମ୍ଓଙ୍କ ନିଲମ୍ବନକୁ ଓମ୍ସା ପକ୍ଷରୁ ବିରୋଧ କରାଯାଇଛି। ନିଲମ୍ବନ ନିଷ୍ପତ୍ତିକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ଓମ୍ସା । ଗତକାଲି ଓମ୍ସା ବୈଠକରେ ଏନେଇ ଆଲୋଚନା ହୋଇଛି।
ସଂଘର ସାଧାରଣ ସଂପାଦକ ପୁଣ୍ୟଶ୍ଲୋକ ଦାଶ କହିଛନ୍ତି ଆମେ 5Tକୁ ସ୍ୱାଗତ କରୁଛୁ, କିନ୍ତୁ ଏକପାଖିଆ ନିଷ୍ପତ୍ତି ନିଆନଯାଉ। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଉପଯୁକ୍ତ ତଦନ୍ତ ହେବା ଉଚିତ୍ ବୋଲି ଓମ୍ସା କହିଛି । ତେବେ ହସ୍ପିଟାଲକୁ ସଚିବମାନଙ୍କ ଗସ୍ତ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ନକରୁ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ 5T ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ,ସେମାନଙ୍କ ସଂପର୍କୀୟ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। କିଛି ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାରେ ଅବହେଳା ହେଉଥିବା କଥା 5T ସଚିବଙ୍କୁ କହିଥିଲେ। ଏହାର କିଛି ସମୟ ପରେ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ୍ଙ୍କୁ ନିଲମ୍ବନ କରାଯାଇଥିଲା। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।
from Odisha Reporter https://ift.tt/2J4Dof6
No comments:
Post a Comment