ମୁମ୍ୱାଇ : ‘ବିଗ୍ ବସ୍-୧୩’ ଆରମ୍ଭ ହୋଇସାରିଛି। ବିଶେଷତଃ ଶୋ’ର ‘ୱିକେଣ୍ଡ କି ବାର୍’ ଏପିସୋଡ୍କୁ ଦେଖିବା ପାଇଁ ଦର୍ଶକେ ବହୁତ ଉତ୍ସାହିତ ହୋଇଥା’ନ୍ତି। ଏଥର ‘ୱିକେଣ୍ଡ କି ବାର୍’ ଏପିସୋଡ୍ଟି ଦର୍ଶକଙ୍କ ପାଇଁ ବେଶ୍ ମଜାଦାର ହେବାକୁ ଯାଉଛି। କାରଣ ଏଥରର ଅତିଥି ହେଉଛନ୍ତି ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍।
ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ଫଟୋ ଶେଆର୍ କରି ହିନା ଏହି ଖବର ଦେଇଛନ୍ତି। ଏକ ଫଟୋ ଶେଆର୍ କରି ସେ ଲେଖିଛନ୍ତି, ‘ଯେବେ ମିସ୍ ଖାନ୍ଙ୍କର ମିଷ୍ଟର୍ ଖାନ୍ଙ୍କ ସହିତ ଦେଖା ହେଲା…ସଲ୍ମାନ୍ଙ୍କ ସହିତ ଷ୍ଟେଜ୍ ଶେଆର୍ କରିବା ମୋ ପାଇଁ ଖୁସିର କଥା। ଗତ ୪ ସିଜନ୍ ଧରି ଆପଣଙ୍କ ସହିତ ଦେଖା କରୁଛି।’
ହିନାଙ୍କ ସହିତ ଏହି ଏପିସୋଡ୍ରେ ‘ସାୟରା ନରସିମ୍ହା ରେଡ୍ଡୀ’ ଫିଲ୍ମର ପୂରା କାଷ୍ଟକୁ ମଧ୍ୟ ଦେଖିବାକୁ ମିଳିବେ ବୋଲି ଜଣାପଡ଼ିଛି।
ହିନା ଖାନ୍ ‘ବିଗ୍ବସ୍ ୧୧’ର ୨୦୧୮ର ପ୍ରତିଯୋଗୀ ରହିସାରିଛନ୍ତି। ସେହି ସିଜନ୍ରେ ସେ ସବୁଠାରୁ ଦାମୀ ପ୍ରତିଯୋଗୀ ଥିଲେ। ଶୋ’ରେ ରହିବା ପାଇଁ ତାଙ୍କୁ ଦିନକୁ ୧ ଲକ୍ଷ ଟଙ୍କା ଦିଆଯାଉଥିଲା।
ଶେଷଥର ପାଇଁ ହିନା ‘କସୌଟି ଜିନ୍ଦଗୀ କେ’ ସିରିଏଲ୍ରେ ‘କୋମୋଲିକା’ ଚରିତ୍ରରେ ଅଭିନୟ କରିଥିଲେ। ଏହା ସହିତ ସେ ‘ଖତରୋଁ କେ ଖିଲାଡ଼ୀ ୮’ରେ ମଧ୍ୟ ଭାଗ ନେଇଥିଲେ।
from Odisha Reporter https://ift.tt/2LLXAUU
No comments:
Post a Comment