ଏଣିକି ‘ଓ୍ୱାନ୍ ନେସନ୍, ଓ୍ୱାନ୍ ମେଡିକାଲ୍ ଏଣ୍ଟ୍ରାନ୍ସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ଏଣିକି ‘ଓ୍ୱାନ୍ ନେସନ୍, ଓ୍ୱାନ୍ ମେଡିକାଲ୍ ଏଣ୍ଟ୍ରାନ୍ସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓ୍ୱାନ୍ ନେସନ୍, ଓ୍ୱାନ୍ ମେଡିକାଲ୍ ଏଣ୍ଟ୍ରାନ୍ସ।  ଅର୍ଥାତ୍‌ ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି  ‘ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ ବା ନିଟ୍ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଯେତିକି ଖୁସି ଅଛନ୍ତି ସେତିକି ଚିନ୍ତିତ ମଧ୍ୟ ହୋଇଛନ୍ତି।

ପୂର୍ବରୁ ଏମ୍‌ସ, ଜିପ୍‌ମର୍‌ (ଜବାହାରଲାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ), ପିଜିଆଇମର୍‌ (ପୋଷ୍ଟ୍ ଗ୍ରାଡୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଡୁକେସନ୍ ଆଣ୍ଡ୍ ରିସର୍ଚ୍ଚ, ଚଣ୍ଡିଗଡ଼) ଭଳି ପ୍ରତିଷ୍ଠାନରେ ଡାକ୍ତରୀ ଶିକ୍ଷା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ହେଉଥିଲା। ମାତ୍ର ସବୁ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ଓ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୋଟିଏ ପ୍ରବେଶିକା ପରୀକ୍ଷା କରିବାକୁ ସ୍ଥିର କରିଛି।

ପୂର୍ବରୁ ଏମ୍ସ, ପିଜିଆଇମର୍‌ ଓ ଜିପ୍‌ମର୍ ପରି ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଆସୁଥିବାରୁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯାଉଥିଲା। ତେବେ ଏ ତିନିଟି ଡାକ୍ତରୀ ଶିକ୍ଷା ଅନୁଷ୍ଠାନରେ ଆାସନ୍ତାବର୍ଷ ୟୁଜି ପ୍ରବେଶିକା ପରୀକ୍ଷା ନ କରାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କୁ ଚିଠି କରାଯାଇଛି । ଏହା ଫଳରେ ନିଟ୍ ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀମାନେ ଏହି ସବୁ ମେଡିକାଲ୍ କଲେଜରେ ମଧ୍ୟ ନାମ ଲେଖାଇବାର ସୁଯୋଗ ପାଇବେ। ଖାଲି ସେତିକି ନୁହେଁ, କମନ୍ କାଉନସେଲିଂ ଓ ଏମ୍‌ବିବିଏସ୍ ଶେଷ ବର୍ଷ ପରୀକ୍ଷା ସବୁ ମେଡିକାଲ୍ କଲେଜ୍ ପାଇଁ ସମାନ ରହିବ। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ।

ଜାତୀୟ ମେଡିକାଲ୍ କମିଶନ୍ ଆଇନ୍ ୨୦୧୯ ଅନୁଯାୟୀ, ନ୍ୟାସନାଲ୍ ଏକ୍‌ଜିଟ୍ ଟେଷ୍ଟ ବା ନେକ୍ସଟ୍ ଫଳାଫଳ ଆଧାରରେ ପିଜି ପାଠ୍ୟକ୍ରମରେ ନାମଲେଖାରେ ସୁଯୋଗ ଓ ଚିକିତ୍ସା ଲାଗି ଲାଇସେନ୍ସ ମିଳିବ । ନେକ୍ସଟ୍ ପରୀକ୍ଷାର ଚୂଡ଼ାନ୍ତ ରୂପରେଖ ସଂପର୍କରେ ଖୁବ୍‌ଶୀଘ୍ର କୁହାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏମ୍‌ବିବିଏସ୍ ପାଠ୍ୟକ୍ରମ ଲାଗି କମନ୍ ପ୍ଲାଟ୍‌ଫର୍ମ ରହିଲେ ଭଲେ।  ମାତ୍ର କୌଣସି କାରଣରୁ ନିଟ୍ ପରୀକ୍ଷାରୁ ବଞ୍ଚିତ ହେଲେ ଗୋଟିଏ ବର୍ଷ ବରବାଦ୍ ହେବ। କିନ୍ତୁ ଏକାଧିକ ପରୀକ୍ଷା ଫି’ରୁ ମୁକ୍ତି ମିଳିବ। ସେହିପରି ଏମ୍‌ସ ଓ ଜିପ୍‌ମର୍‌ ଲାଗି ବୟସ ସୀମା ଧାର୍ଯ୍ୟ ହୋଇ ନଥିବାବେଳେ ନିଟ୍ ଲାଗି ବୟସ ସୀମା ରହିଛି ୨୫ ବର୍ଷ। ତେଣୁ  ଅଧା ଶିକ୍ଷାବର୍ଷ ଶେଷ ହୋଇଥିବାରୁ ସରକାରଙ୍କ ଏ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇବ ବୋଲି ଚର୍ଚ୍ଚା ହେଉଛି।

ଏ ସମ୍ପର୍କରେ ଡାକ୍ତରୀ ଶିକ୍ଷା ବିଶେଷଜ୍ଞ ବସନ୍ତ ପତି କହିଛନ୍ତି,“ଗୋଟିଏ ପରୀକ୍ଷା ବ୍ୟବସ୍ଥା ହେବା ଦ୍ୱାରା ସବୁ ପିଲା ନିଜର ଦକ୍ଷତା ଜାଣି ପାରିବେ। ଏହା ଦେଶ, ସମାଜ, ସରକାର ଓ ଉତ୍ତୀର୍ଣ୍ଣ ହେଉଥିବା ନୂଆ ଡାକ୍ତରଙ୍କ ପାଇଁ ବି ସୁବିଧା ହେବ।”

ମେଡିକାଲ ଏଣ୍ଟ୍ରାନ୍ସ ଦେଉଥିବା ଛାତ୍ର ଭୌମିକ ନନ୍ଦ କହିଛନ୍ତି, “ନୂଆ ବ୍ୟବସ୍ଥା ପ୍ରଚଳନ ହେଲେ ପରୀକ୍ଷାର ମାନ ବଢ଼ିଯିବ। ତେଣୁ ଯେଉଁମାନେ ଭଲ ଭାବେ ପ୍ରସ୍ତୁତ ହୋଇଥିବେ, ଥରକରେ ପାସ୍‌ କରିଯିବେ। କିନ୍ତୁ କୌଣସି କାରଣରୁ ଯଦି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇ ନ ପାରନ୍ତି, ତେବେ ସେମାନଙ୍କ ଗୋଟିଏ ବର୍ଷ ବରବାଦ ହୋଇଯିବ।”

 



from Odisha Reporter https://ift.tt/2MpzOgk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages