ଖଟାମିଠା ଆମ୍ୱୁଲ ଚିକେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ଖଟାମିଠା ଆମ୍ୱୁଲ ଚିକେନ୍‌

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଆମ୍ୱୁଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ପୋଦିନା ପତ୍ର ଓ ରସ, ହଳଦୀ ଗୁଣ୍ଡ, ଚିଲି ସସ୍‌, ଅଦା, ଚିନି, ଆମ୍ୱକଷିଆ ଅଦା, ଧନିଆ ଗୁଣ୍ଡ, ପିଆଜ, ରସୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଟା ହୋଇ ରହିଥିବା ଚିକେନ୍‌ରେ ଲୁଣ, ହଳଦୀ ଗୁଣ୍ଡ, ପୋଦିନା ପତ୍ର ବଟା ଓ ଛେଚା ହୋଇଥିବା ଆମ୍ୱକଷିଆ ଅଦା ପକାନ୍ତୁ। ତା’ପରେ ସେଥିରେ ଅଦା ଛେଚା, ଆମ୍ୱୁଲ ପାଣି, ଲଙ୍କା ଗୁଣ୍ଡ ଓ ଅଳ୍ପ ଚିନି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାକୁ ମ୍ୟାରିନେଟ୍‌ ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ।

କିଛି ସମୟ ପରେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲେ ରସୁଣ ଛେଚା, କଟା କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାନ୍ତୁ। ଏହା ସହିତ ସେଥିରେ ଅଦା ଛେଚା, ଅଳ୍ପ ଚିନି, ସ୍ୱାଦ ଅନୁସାରେ ଲୁଣ ଓ ଚିଲି ସସ୍‌ ପକାଇ ଫ୍ରାଏ କରନ୍ତୁ। ମସଲା ଫ୍ରାଏ ହୋଇଯିବା ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌କୁ ପକାଇ ଭଲ ଭାବେ କଷନ୍ତୁ। ଚିକେନ୍ ଭଲ ଭାବେ କଷି ହୋଇଯିବା ପରେ ସେଥିରେ ପୋଦିନା ରସ ଓ ଆମ୍ୱୁଲ ରସ ପକାଇ ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ। ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଚିକେନ୍‌କୁ ସିଝିବାକୁ ଛାଡ଼ି ଦିଅନ୍ତୁ। ତା’ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଖଟାମିଠା ଆମ୍ୱୁଲ ଚିକେନ୍‌।



from Odisha Reporter https://ift.tt/33kQkVR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages