ହୁକା ଟାଣିଥିଲେ, ଗୋବର ଉଠାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ହୁକା ଟାଣିଥିଲେ, ଗୋବର ଉଠାଇଥିଲେ

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍‌ ଫିଲ୍ମ ‘ସାଣ୍ଡ କି ଆଁଖ’।  ଗତ ୨୫ ତାରିଖରେ ଫିଲ୍ମଟି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ ଓ ଭୂମି ପେଡ୍‌ନେକର। ଫିଲ୍ମଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ଏହି ଫିଲ୍ମ ପାଇଁ ଏହି ଦୁଇ କଳାକାରଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥିଲା।

ନିକଟରେ ଏକ ସାକ୍ଷାତକାରରେ ଭୂମି କହିଥିଲେ ଯେ ଏହି ଫିଲ୍ମ ପାଇଁ ସେ ହୁକା ଟାଣିବା ଅଭ୍ୟାସ କରିଥିଲେ। ତା’ସହିତ ଗୋବର ଉଠାଇବାଠାରୁ ଆରମ୍ଭ କରି ଏଥିରେ ହେଉଥିବା ବିଭିନ୍ନ କାମର ଅଭ୍ୟାସ ମଧ୍ୟ କରିଥିଲେ। ସେହିଭଳି ଗାଁରେ ରହୁଥିବା ଜଣେ ମହିଳାଙ୍କୁ ଘରେ ଯେଉଁ ସବୁ କାର୍ଯ୍ୟ କରିବାକୁ ପଡ଼ିଥାଏ, ସେସବୁ କାମ ବି ସେ ଅଭ୍ୟାସ କରିଥିଲେ। କାରଣ ଫିଲ୍ମରେ ସେ ଗାଁରେ ରହୁଥିବା ଜଣେ ମହିଳାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ତେଣୁ ଚରିତ୍ରକୁ ଶତପ୍ରତିଶତ ନ୍ୟାୟ ଦେବା ପାଇଁ ସେ ଏସବୁ କାମର ଅଭ୍ୟାସ କରିଥିଲେ। ତାଙ୍କ ଭଳି ତାପସୀ ମଧ୍ୟ ଏହି ଫିଲ୍ମରେ ଜଣେ ଗାଁ ମହିଳା ଚରିତ୍ରରେ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ, ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହୋଇଛି। ସ୍ୱପ୍ନକୁ ସାକାର କରିବା ପାଇଁ ବୟସର କିପରି କିଛି ସୀମା ନଥାଏ, ତାହା ଏ ଫିଲ୍ମରେ ଦର୍ଶାଯାଇଛି।



from Odisha Reporter https://ift.tt/2MPhE9j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages