ବିସ୍ଫୋରଣରେ କାନ୍ଥ ଭାଙ୍ଗି ଛିନ୍‌ଛତ୍ର, ଜଣଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ବିସ୍ଫୋରଣରେ କାନ୍ଥ ଭାଙ୍ଗି ଛିନ୍‌ଛତ୍ର, ଜଣଙ୍କ ପତ୍ତା ମିଳୁନି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି। ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ ଶ୍ରୀଧର ମହାନ୍ତି। ବିସ୍ଫୋରଣ ପରଠୁ ଶ୍ରୀଧରଙ୍କ ପତ୍ତା ମିଳୁନି।

ଅନ୍ୟପକ୍ଷରେ ମଝି ମହଲାରେ ବିହାରର ସୁମିତ ନାମକ ବ୍ୟକ୍ତି ଭଡ଼ାରେ ରହୁଥିଲେ। ତାଙ୍କର କିଛି ଖୋଜଖବର ମିଳି  ନ ଥିବା ବେଳେ  ବିସ୍ଫୋରଣ ସମୟରେ ସେ ଘରେ ଥିଲେ କି ନାହିଁ ସେ ସମ୍ପର୍କରେ ସଠିକ୍‌ ସୂଚନା ହସ୍ତଗତ ହୋଇପାରି ନାହିଁ। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।



from Odisha Reporter https://ift.tt/2na7RAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages