୫ ସେକେଣ୍ଡରେ ଉଭେଇଯିବ ହ୍ୱାଟ୍ସଆପ୍‌ ମେସେଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

୫ ସେକେଣ୍ଡରେ ଉଭେଇଯିବ ହ୍ୱାଟ୍ସଆପ୍‌ ମେସେଜ୍

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର୍ ଆଣିଥାଏ। କିଛି ଦିନ ତଳେ ହ୍ୱାଟ୍ସଆପ୍ ଷ୍ଟାଟସ୍‌କୁ ଫେସବୁକ୍‌ରେ ଶେଆର କରିବାର ଫିଚର୍ ଆସିଥିଲା। ଏବେ ଏହା ଆଉ ଏକ ଫିଚର୍ ଆଣିବାକୁ ଯାଉଛି। ଏହି ଫିଚର୍ ସ୍ନାପଚ୍ୟାଟ୍‌ର ଏକ ଫିଚର୍ ସହ ମେଳ ଖାଉଛି। କମ୍ପାନୀ ଏହାର ନାଁ ‘Disappearing Messages’ ରଖିଛି।

ସୂଚନା ଅନୁଯାୟୀ, ଏହି ନୂଆ ଫିଚର୍‌କୁ ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ। ସର୍ବପ୍ରଥମେ ଏହା Whatsaap Beta ୟୁଜରଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର୍ ଆସିବା ପରେ ଆପଣଙ୍କ ହ୍ୱାଟ୍ସଆପ୍‌ର ଚ୍ୟାଟ୍‌ବକ୍ସରୁ ମେସେଜ୍‌ ଉଭେଇଯିବ। ‘Disappearing Messages’ରେ ୟୁଜର ନିଜ ମେସେଜ୍‌କୁ ଡିଲିଟ୍‌ କରିବା ପାଇଁ ଟାଇମ୍ ସେଟ୍‌ କରିପାରିବେ, ଯାହାକି ୫ ସେକେଣ୍ଡରୁ ୧ ଘଣ୍ଟା ଭିତରେ ହୋଇପାରିବ। ଅର୍ଥାତ୍ ଆପଣ ଯେତିକି ଟାଇମ୍‌ ଲିମିଟ୍‌ ସେଟ୍‌ କରିବେ ମେସେଜ୍‌ ସେତିକି ସମୟ ଭିତରେ ଡିଲିଟ୍ ହୋଇଯିବ।

ମନେ ରଖନ୍ତୁ, ଏହି ଫିଚର୍‌ ଥରେ ବ୍ୟବହାର କଲେ ଏହା ଆପଣଙ୍କ ସମସ୍ତ ମେସେଜ୍‌ ପାଇଁ କାମ କରିବ। ଏହା କୌଣସି ନିର୍ଦ୍ଦିଷ୍ଟ ମେସେଜ୍ ପାଇଁ କାମ କରିବ ନାହିଁ। ଏଥିସହ ମେସେଜ୍‌ ଥରେ ରିମୁଭ୍ ହେବା ପରେ ଆଉ ରିକୋଭରି ହେଇପାରିବ ନାହିଁ। କମ୍ପାନୀ ଏହି ଫିଚର୍ ଜରିଆରେ ୟୁଜରଙ୍କ ଚ୍ୟାଟ୍‌ର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାକୁ ଚାହୁଁଛି। ଏହି ଫିଚର୍ ଏବେ କେବେଳ ଆଣ୍ଡ୍ରଏଡ୍‌ ୟୁଜରଙ୍କୁ ଦିଆଯିବ। କିନ୍ତୁ ଆଶା କରାଯାଉଛି, ଆଇଓଏସ୍‌ ୟୁଜରଙ୍କ ପାଇଁ ମଧ୍ୟ ଏହା ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ।

 

 



from Odisha Reporter https://ift.tt/2oC8ELh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages