ଲଗାଣ ବର୍ଷା ଯୋଗୁଁ ବାତିଲ ହେଲା ବହୁ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

ଲଗାଣ ବର୍ଷା ଯୋଗୁଁ ବାତିଲ ହେଲା ବହୁ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ ବିଜୟନଗରମ୍ ଅଞ୍ଚଳରେ ଟ୍ରାକ୍ ସର୍କିଟ୍ ଫେଲ୍ୟୁୟର ହୋଇଛି। ଏଥିଯୋଗ ବହୁ ଟ୍ରେନ୍ ଆଜି ବାତିଲ୍ ହୋଇଥିବା ନେଇ ପୂର୍ବତଟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ , ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍ ଚଳାଚଳ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ସେହିପରି ଆଜି ଯିବାକୁ ଥିବା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ୍ କରାଯାଇଛି।

ଏହାବ୍ୟତୀତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ୍ ଟ୍ରେନ୍ ଆଜି ପାଇଁ ବାତିଲ୍ ହୋଇଛି।  ବିଶାଖାପାଟଣା-ବ୍ରହ୍ମପୁର ଓ୍ୱାନ୍ ପେୟାର ପାସେଞ୍ଜର ଟ୍ରେନ୍ ଉଭୟ ପଟୁ ବାତିଲ୍ ହୋଇଥିବା ବେଳେ କାଲି ଯିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା  ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି।

ଏଥିଯୋଗୁ  ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହେଉଥିବା ଜଣାଯାଇଛି।



from Odisha Reporter https://ift.tt/2JjFg3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages