‘କୃଷ୍ଣ ହତ୍ୟାକାରୀକୁ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

‘କୃଷ୍ଣ ହତ୍ୟାକାରୀକୁ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନ’

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍‌। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍‌ ତାଙ୍କୁ କେବଳ ପଚରାଉଚରା କରିଛି।   କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ପୁଲିସ୍‌ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି।

କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଓ ପରିବାର ଲୋକେ। ଏହି ଘଟଣାରେ ଦାଆଗାଁର ମହିଳା ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ହତ୍ୟାକାରୀକୁ ଗିରଫ କରା ନ ଗଲେ ଥାନା ସମ୍ମୁଖରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଦାଆଗାଁ ସ୍କୁଲ ଭିତରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ କେହି ଜୀଅନ୍ତା ଜାଳି ମାରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଜଗତସିଂହପୁର ପୁଲିସ୍ କହିଥିଲା।



from Odisha Reporter https://ift.tt/328yJAw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages