ଅହମଦାବାଦ: ଆମ୍ୱୁଲାନ୍ସକୁ ନେଇ ଅଧିକାଂଶ ଲୋକଙ୍କର ଗୋଟିଏ ବଡ଼ ପ୍ରଶ୍ନ ଥାଏ ଯେ ଠିକ୍ ସମୟରେ ସେବା ଯୋଗାଇ ପାରେନି ଆମ୍ୱୁଲାନ୍ସ। ଏବେ ସମାନ ଘଟଣା ଘଟିଛି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ କ୍ଷେତ୍ରରେ। ଫଳରେ ଅକ୍ଟୋବର ୪ରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଗୁଜରାଟ ସରକାର ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନିଜ ମାଉସୀଙ୍କ ପୁଅ ଅନୀଲଭାଇ ସଂଘଭୀଙ୍କର ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜିଥିଲା। ଏହାପରେ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅନୀଲଭାଇଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ମୃତକଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆମ୍ୱୁଲାନ୍ସ ପହଞ୍ଚିବାର ବିଳମ୍ୱକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ବୋଲି ରାଜକୋଟ ଜିଲ୍ଲାପାଳ ରେମ୍ୟା ମୋହନ ବୁଧବାର ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଫୋନ୍ ଆସିବାର ୩୯ ମିନିଟ୍ ପରେ ଅନୀଲଭାଇଙ୍କ ଘର ସୌରାଷ୍ଟ୍ର କଳା କେନ୍ଦ୍ର ସୋସାଇଟିରେ ପହଞ୍ଚିଥିଲା ଆମ୍ୱୁଲାନ୍ସ। ହେଲେ ସମାନ ନାମରେ ଆଉ ଏକ ସ୍ଥାନ ରହିଛି ବୋଲି ଆମ୍ୱୁଲାନ୍ସଟି ପ୍ରଥମେ ସେହି ସ୍ଥାନକୁ ଭୁଲରେ ପଳାଇଥିଲା ବୋଲି ରାଜ୍ୟ ଆମ୍ୱୁଲାନ୍ସ ସଂଯୋଜକ ତାଙ୍କୁ ସୂଚନା ଦେଇଥିବା ସେ କହିଛନ୍ତି।
from Odisha Reporter https://ift.tt/2Mo1qTe
No comments:
Post a Comment