ସୀମା ନିକଟରେ ଥିବା ଆତଙ୍କୀ କ୍ୟାମ୍ପକୁ ପୁଣି ସକ୍ରିୟ କଲା ପାକିସ୍ତାନ, ହାଇଆଲର୍ଟ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ସୀମା ନିକଟରେ ଥିବା ଆତଙ୍କୀ କ୍ୟାମ୍ପକୁ ପୁଣି ସକ୍ରିୟ କଲା ପାକିସ୍ତାନ, ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ପୁଣିଥରେ ସକ୍ରିୟ କରିଛି ପାକିସ୍ତାନ। ଏଗୁଡ଼ିକ ପୂର୍ବରୁ ମଧ୍ୟ ସକ୍ରିୟ ଥିଲେ। ହେଲେ ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସରକାର ଏଗୁଡ଼ିକୁ ବନ୍ଦ କରି ଦେଇଥିଲେ। ହେଲେ ଏବେ ଭାରତ ଉପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବଦଲା ନେବାକୁ ଇମ୍ରାନ୍‌ ଖାନ୍‌ ସରକାର ଏହି ଆତଙ୍କୀ କ୍ୟାମ୍ପଗୁଡ଼ିକୁ ପୁଣିଥରେ ସକ୍ରିୟ କରିଥିବା ଆଜି ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି।

ଏହି ଆତଙ୍କବାଦୀ କ୍ୟାମ୍ପରୁ ଆତଙ୍କୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। ଗୁଇନ୍ଦା ସୂଚନା ଅନୁସାରେ, ଏଲଓସି ନିକଟରେ ଏବେ ୧୮ଟି ଆତଙ୍କୀ ତାଲିମ କେନ୍ଦ୍ର ଓ ୨୦ଟି ଲଞ୍ଚ ପ୍ୟାଡ୍‌ ରହିଛି। ପ୍ରତିଟି କ୍ୟାମ୍ପରେ ୬୦ରୁ ଅଧିକ ଆତଙ୍କୀ ରହିଥିବା ଜଣାପଡ଼ିଛି। ତେଣୁ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଖାଲି ସେତିକି ନୁହେଁ, ପାକିସ୍ତାନରେ ସକ୍ରିୟ ଥିବା ଲସ୍କର, ହିଜବୁଲ ଓ ଜୈଶର ସଦସ୍ୟମାନେ ପୁଲୱାମାର ଏକ ଗୁପ୍ତ ସ୍ଥାନରେ ବୈଠକ କରିଥିଲେ। ଏଠାରେ ଜମ୍ମୁ-କଶ୍ମୀର ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ରାଜନେତା ଏବଂ ସୁରକ୍ଷାକର୍ମୀଙ୍କ ଉପରେ ହମ୍‌ଲା କରିବାକୁ ବିସ୍ତୃତ ଭାବେ ମସୁଧା କରାଯାଇଛି। ତେଣୁ କେବଳ ଜମ୍ମୁ-କଶ୍ମୀର ନୁହେଁ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଗୁଇନ୍ଦା ବିଭାଗ କହିଛି।

ଗତକାଲି ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ଦିଲବାଗ ସିଂହ ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ, ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଆହୁରି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ଫୁଲଦମରେ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ପାକିସ୍ତାନ ସେନା ସୀମାରେ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି।

ଶୀତ ପଡ଼ିବା ପୂର୍ବରୁ ପାକିସ୍ତାନ ଏହି ଆତଙ୍କୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଲକ୍ଷ୍ୟ ରଖିଛି। ପାକିସ୍ତାନ ସେନା ଆରଏସ୍‌ ପୁରା, ହୀରା ନଗର, ପୁଞ୍ଚ, ରଜୌରୀ, ଉରି, ନମ୍ବାଲା, କର୍ଣ୍ଣହା ଓ କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଚେଷ୍ଟା କରୁଛି। ଏହାକୁ ରୋକିବା ଆମ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତଥାପି ଆମର ସୀମା ସୁରକ୍ଷା ବଳ ସବୁ ପ୍ରକାରର ଉଦ୍ୟମକୁ ପଣ୍ଡ କରିବାକୁ ପ୍ରସ୍ତୁତ ରହିଛନ୍ତି।



from Odisha Reporter https://ift.tt/2LVXABD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages