ସ୍ୱରାଜଙ୍କୁ ନେଇ କ’ଣ ଫିଲ୍‌ କରନ୍ତି ଭୂମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ସ୍ୱରାଜଙ୍କୁ ନେଇ କ’ଣ ଫିଲ୍‌ କରନ୍ତି ଭୂମିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ, ଯାହା ସହ ଅଧିକ ଝଗଡ଼ା ହୁଏ, ତା’ ସହ ପ୍ରେମରେ ପଡ଼ିବାର ସମ୍ଭାବନା ଅଧିକ ଥାଏ। ଝଗଡ଼ା ହେଉ ହେଉ କେତେବେଳେ ଯେ ପ୍ରେମ ସମ୍ପର୍କ ଗଢ଼ିଉଠେ, ତାହା ଜଣାପଡ଼େନି। ଅନେକ ଫିଲ୍ମରେ ମଧ୍ୟ ଆପଣମାନେ ଏଭଳି କାହାଣୀ ଦେଖିଥିବେ। ତେବେ ଓଲିଉଡ୍‌ ଅଭିନେତା ସ୍ୱରାଜ ଏବଂ ଅଭିନେତ୍ରୀ ଭୂମିକାଙ୍କ କ୍ଷେତ୍ରରେ ରିଅଲ୍‌ ଲାଇଫ୍‌ରେ ଏମିତି କିଛି ହେବନି ତ ? କାରଣ ପ୍ରାୟ ସମୟରେ ସେମାନଙ୍କ ମଧ୍ୟରେ ତୁ ତୁ ମେ ମେ ଚାଲିଥାଏ। ଅବଶ୍ୟ ଦୁହିଁଙ୍କର ଏ ଝଗଡ଼ାର ପ୍ରଭାବ ପରଦା ଉପରେ ପଡ଼େ ନାହିଁ। ଫିଲ୍ମରେ ଦୁହେଁ ଜବରଦସ୍ତ ଅଭିନୟ କରନ୍ତି। ଦୁହେଁ ଦୁଇଟି ସୁପରହିଟ୍‌ ରୋମାଣ୍ଟିକ୍‌ ଫିଲ୍ମ ‘ତୁମୋ ଲଭ୍‌ ଷ୍ଟୋରୀ’ ଏବଂ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ରେ ଏକାଠି ଅଭିନୟ କରିଛନ୍ତି।

ଥରେ ‘ରେଡିଓ ଟାଇମ୍‌ ୱିଥ୍ ଅନନ୍ୟା’ରେ ଭୂମିକାଙ୍କୁ ପଚରା ଯାଇଥିଲା ଯେ ଝଗଡ଼ା ଝଗଡ଼ାରେ ଦୁଇଟି ରୋମାଣ୍ଟିକ୍‌ ଫିଲ୍ମକୁ ସୁପରହିଟ୍‌ କରିବା ପରେ ସ୍ୱରାଜଙ୍କୁ ନେଇ ତାଙ୍କ ମନରେ ସେମିତି କିଛି ଫିଲିଙ୍ଗ୍‌ସ ଆସିଯାଇନି ତ? ଏହାର ଉତ୍ତରରେ ଭୂମିକା କହିଥିଲେ, “ଆଦୌ ନୁହେଁ। ସ୍ୱରାଜ ମୋର ଜଣେ ଭଲ ବନ୍ଧୁ। ତାଙ୍କ ସହ କାମ କରିବାକୁ ଭଲ ଲାଗେ। ହଁ, ଆମର ଟିକେ ତୁ ତୁ ମେ ମେ ଚାଲେ। କିନ୍ତୁ ସେଇଟା ଏତେ ଗୁରୁତ୍ୱ ରଖେନି। ସ୍ୱରାଜଙ୍କୁ ନେଇ ମୋର ସେମିତି କିଛି ଭାବନା ନାହିଁ। ଆମେ ଦୁଇଜଣ ‘ତୁ ମୋ ଲଭ୍‌ ଷ୍ଟୋରୀ’ ରେ ଡେବ୍ୟୁ କରିଥିଲୁ। ତେଣୁ ତାଙ୍କ ପାଇଁ ମୋ ମନରେ ସମ୍ମାନ ରହିଛି।” ସେହିଭଳି ଭୂମିକା କହିଥିଲେ ଯେ ସ୍ୱରାଜଙ୍କର କେହି ପ୍ରେମିକା ଥାଇପାରନ୍ତି। ତେବେ ସେ ସଂପର୍କରେ ତାଙ୍କୁ ଜଣାନାହିଁ।

ସୂଚନାଯୋଗ୍ୟ, ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ଥରେ ସ୍ୱରାଜ କହିଥିଲେ ଯେ ତାଙ୍କ ଜୀବନରେ ସେମିତି କେହି ସ୍ପେଶାଲ୍ ନାହାନ୍ତି। ଯଦି କେବେ କେହି ସ୍ପେଶାଲ୍ ତାଙ୍କ ଜୀବନକୁ ଆସିବେ, ତା’ହେଲେ ସେ ପ୍ରେସ୍ କନ୍‌ଫରେନ୍ସ କରି ଆନୁଷ୍ଠାନିକ ଭାବେ ଏ କଥା ଘୋଷଣା କରିବେ। ବେଶ୍ କିଛି ମାସ ତଳେ ସ୍ୱରାଜ ଏ କଥା କହିଥିଲେ।



from Odisha Reporter https://ift.tt/2WmMxVL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages