ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ

ମୋହନା (ମିହିର ଯତୀ ): ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ପଂଚାୟତରେ ସରପଞ୍ଚଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ। ଗତ ୨ ବର୍ଷ ହେଲା ସରପଞ୍ଚ ରୀନା ପ୍ରଧାନ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମ କରି ନ ଥିବା ଅଭିଯୋଗ ଆଣି ୱାର୍ଡ ମେମ୍ବରମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।

ଏନେଇ ସମୁଦାୟ ୧୩ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ନାଏବ ସରପଞ୍ଚଙ୍କ ସମେତ ୧୧ଜଣ ମେମ୍ବର ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଉପଜିଲାପାଳଙ୍କ ଚିଠି ମୁତାବକ, ୱାର୍ଡ ମେମ୍ବରଙ୍କ ଦସ୍ତଖତ ଯାଞ୍ଚ କରିବା ପାଇଁ ଜିପିଇଓ ପଂଚାୟତ କାର୍ଯ୍ୟାଳୟକୁ ଯିବାରୁ ଏହାକୁ ବିରୋଧ କରିଥିଲେ ପଞ୍ଚାୟତବାସୀ ।

ଏପରିକି ଉତ୍ତ୍ୟକ୍ତ ମହିଳାପୁରୁଷ ଗରଡମା ପଞ୍ଚାୟତରୁ ଅଭିଯୋଗ ଶୁଣାଣି ସାରି ଫେରୁଥିବା  ଜିଲ୍ଲାପାଳଙ୍କ ସମେତ, ଏସ୍‌ପି, ପିଡିଙ୍କୁ  ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିଲେ। ସରପଞ୍ଚଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ କରିବାକୁ ସେମାନେ ଦାବି କରିଥିଲେ । ସରକାରଙ୍କ ନିୟମ ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସରପଞ୍ଚ ରୀନା ପ୍ରଧାନ କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅପରପକ୍ଷେ ଏହି ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ ନ କଲେ ଆଗାମୀ ଦିନରେ କୌଣସି କାମରେ ସହଯୋଗ କରିବେ ନାହିଁ ବୋଲି ୱାର୍ଡ ମେମ୍ବରମାନେ ଚେତାବାନୀ ଦେଇଛନ୍ତି।



from Odisha Reporter https://ift.tt/32VqwQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages