ସୋର(ଶଶିକାନ୍ତ ବେହେରା): ବାପା ପାଠ ପଢିବାକୁ ତାଗିଦ କରିବାରୁ ଘର ଛାଡ଼ି ପଳାଇଲା ପୁଅ। ୫ ଦିନ ହେଲା ପୁଅର ପତ୍ତା ମିଳୁ ନାହିଁ। ବାପାମା’ ପୁଅକୁ ଖୋଜି ନାକେଦମ୍ ହେଲେଣି। ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ପିଲାଟିର ନାଁ ନିର୍ମାଲ୍ୟ ରାଉତ। ସେ ସତ୍ୟାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର।
ଗତ ୧୧ ତାରିଖରେ ନିର୍ମାଲ୍ୟ କିଛି ଟଙ୍କା ଓ ଡ୍ରେସ୍ ନେଇ ଘରୁ ପଳାଇଯାଇଥିଲେ। ପରିବାର ଲୋକେ ୫ ଦିନ ଧରି ସାଙ୍ଗ ସାଥୀ ଓ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରି ମଧ୍ୟ ପୁଅର ପତ୍ତା ପାଇ ପାରି ନ ଥିଲେ। ଏନେଇ ନିର୍ମାଲ୍ୟଙ୍କ ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ନିର୍ମାଲ୍ୟଙ୍କ ମା’ କହିଛନ୍ତି,“ ମୁଁ ଘରେ ନଥିବା ବେଳେ ଶୁକ୍ରବାରଠୁ ମୋ’ ପୁଅ ଘରୁ ପଳାଇଛି। ତା’ ବାପା ପାଠ ପଢିବାକୁ ତାକୁ ତାଗିଦ କରିବାରୁ ସେ ଏପରି କରିଛି।”
from Odisha Reporter https://ift.tt/2MJHlH9
No comments:
Post a Comment