ପଞ୍ଚମ ଥର ପାଇଁ ରେପୋ ରେଟ୍ କମାଇଲା ଆରବିଆଇ, କମିବ ଋଣ ହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ପଞ୍ଚମ ଥର ପାଇଁ ରେପୋ ରେଟ୍ କମାଇଲା ଆରବିଆଇ, କମିବ ଋଣ ହାର

ମୁମ୍ୱାଇ: ଦଶହରା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ଋଣହାର କମାଇଛନ୍ତି। ପଞ୍ଚମ ଥର ପାଇଁ ଆରବିଆଇ ରେପୋ ରେଟ୍ କମାଇଛି। ଏମପିସି (Monetary Policy Committee of India) ବୈଠକରେ ୦.୨୫ ପ୍ରତିଶତ ଋଣ ହାର ହ୍ରାସ କରିବା ପରେ ୪.୯ ପ୍ରତିଶତ ହୋଇଛି ରେପୋ ରେଟ୍। ଆରବିଆଇର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଋଣ ବୋଝ କମ୍ ପଡ଼ିବ। ଯେଉଁମାନେ ବ୍ୟାଙ୍କରୁ ଋଣ ନେବେ ଏବଂ ଆଗାମୀ ଦିନରେ ଇଏମଆଇ ଦେଉଦେବେ ସେମାନଙ୍କୁ କମ୍ ଆର୍ଥିକ ବୋଝ ସମ୍ଭାଳିବାକୁ ପଡ଼ିବ। ଏଥିସହ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୯ ପରିବର୍ତ୍ତେ ୬.୧ ରହିବ ବୋଲି ଆକଳନ କରିଛି ଆରବିଆଇ।

ଦେଶରେ ଅର୍ଥନୀତି ଏବେ ଧିମା ରହିଛି। ଏହାକୁ ଆଗକୁ ବଢ଼ାଇବାକୁ ଯାଇ ଆରବିଆଇ ଲଗାତର ଭାବରେ ବଜାର ବାବଦରେ ସମୀକ୍ଷା କରି ରେପୋ ରେଟ୍ କମାଉଛି ବୋଲି ଅର୍ଥବିଶାରଦ ପ୍ରତିକ୍ରିୟାରେ କହିଛନ୍ତି। ଆରବିଆଇର ଏହି ନିଷ୍ପତ୍ତି ମହଙ୍ଗା ବଜାରକୁ ଆଗକୁ ନିୟନ୍ତ୍ରଣ କରିବ ବୋଲି ଆକଳନ କରାଯାଉଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସର ଅଭିବୃଦ୍ଧି ହାର ପାଞ୍ଚ ପ୍ରତିଶତ ରହିଛି। ଯାହାକି ଗତ ଛଅ ବର୍ଷରେ ସବୁଠୁ କମ୍। ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସରକାର ଓ ଆରବିଆଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କର୍ପୋରେଟ୍ ଟ୍ୟାକ୍ସ କମାଇଥିଲେ। ସେହିପରି ଆରବିଆଇ ମୋଟ୍ ପାଞ୍ଚ ଥର ରେପୋ ରେଟ୍ କମାଇ ୧.୧୦ ପ୍ରତିଶତ ହ୍ରାସ କରିଛି ଋଣହାର। ଗତ ମାସରେ ଆରବିଆଇ ୦.୩୫ ପ୍ରତିଶତ ରେପୋ ରେଟ୍ ହ୍ରାସ କରିବା ପରେ ୫.୧୫ ରହିଥିଲା ରେପୋ ରେଟ୍।

ସୂଚନାଯୋଗ୍ୟ, ଆରବିଆଇ ଯେଉଁ ଋଣ ବ୍ୟାଙ୍କମାନଙ୍କୁ ଦେଇଥାଏ ତାହାକୁ ରେପୋ ରେଟ୍ କୁହନ୍ତି। ତେଣୁ ରେପୋ ରେଟ୍ କମ୍ ହେଲେ ଉଭୟ ବ୍ୟାଙ୍କ୍ ଏବଂ ଗ୍ରାହକଙ୍କ ଋଣ ହାର ହ୍ରାସ ହୋଇଥାଏ। ଆଜିର ଏହି ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ୬ ଜଣ ବିଶେଷଜ୍ଞ ରହିଥିଲେ।



from Odisha Reporter https://ift.tt/2Ogc4xX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages