ବହୁତ ପରିଶ୍ରମ କରୁଛନ୍ତି ପରିଣୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ବହୁତ ପରିଶ୍ରମ କରୁଛନ୍ତି ପରିଣୀତି

ମୁମ୍ବାଇ: ଭାରତର ଅନ୍ୟତମ ଜଣାଶୁଣା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ତଥା ୨୦୧୨ ଲଣ୍ଡନ ଅଲିମ୍ପିକ୍‌ର ବ୍ରୋଞ୍ଜ୍‌ ପଦକ ବିଜେତା ସାଇନା ନେହୱାଲ୍‌ଙ୍କ ଜୀବନକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏଥିରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ପରିଣୀତି ଚୋପ୍ରା। ହେଲେ ଏଥିପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ୁଛି। କାରଣ ତାଙ୍କୁ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବାକୁ ପଡ଼ୁଛି। ପ୍ରାୟ ୫ ମାସ ହେଲାଣି ସେ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରୁଛନ୍ତି। ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ସହିତ ସେ ନିଜ ଫିଜିକ୍ ପ୍ରତି ମଧ୍ୟ ବେଶ୍ ଧ୍ୟାନ ଦେଉଛନ୍ତି, ଯେମିତିକି ସେ ଫିଲ୍ମରେ ଜଣେ ଖେଳାଳି ଭାବେ ଦେଖାଯିବେ।  ସେଥିପାଇଁ ବି ସେ କଠିନ ପରିଶ୍ରମ କରୁଛନ୍ତି।

ଗତକାଲି ପରିଣୀତି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଥିଲେ। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଥିଲେ- ଆଜିକାଲି ମୁଁ ଏମିତି। ସବୁବେଳେ ଓ ସବୁ ସମୟରେ।

ପରିଣୀତି ପୋଷ୍ଟ୍ କରିଥିବା ଏହି ଫଟୋରୁ ଏହା ସ୍ପଷ୍ଟ ହେଉଛି ଯେ, ସେ ଲମ୍ବା ସମୟ ଧରି ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ପରେ ଥକି ଯାଇଛନ୍ତି। ସେ ଏଥିରେ ଝାଳ ପୋଛୁ ଥିବାର ବି ଦେଖିବାକୁ ମିଳିଛି।

 

View this post on Instagram

 

Me. All day everyday nowadays🏸

A post shared by Parineeti Chopra (@parineetichopra) on


ସୂଚନା ଅନୁଯାୟୀ, ଚାରିପାଞ୍ଚ ମାସ ଧରି ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ପରେ ଏବେ ଶୁଟିଂ ପାଇଁ ପରିଣୀତି ପ୍ରସ୍ତୁତ ହୋଇଗଲେଣି। ସେହିପରି ଅନ୍ୟାନ୍ୟ ପ୍ରି-ପଡକ୍ସନ୍‌ କାମ ବି ସରିଯାଇଥିବାରୁ ଖୁବ୍‌ଶୀଘ୍ର ଫିଲ୍ମଟିର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ ହେବ ବୋଲି ଜଣାପଡ଼ିଛି।

ସାଇନାଙ୍କ ବାୟୋପିକ୍‌ରେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ନିଆଯାଇଥିଲା। ଏମିତିକି ଶୁଟିଂ ବି ଆରମ୍ଭ ହୋଇଯାଇଥିଲା। ତେବେ ଅଳ୍ପ ଶୁଟିଂ ପରେ ଶ୍ରଦ୍ଧା ଏଥିରୁ ଓହରି ଯିବାକୁ ଚାହିଁଥିଲେ। ତା’ପରେ ଏହି ରୋଲ୍ ପାଇଁ ପରିଣୀତିଙ୍କୁ କୁହାଯାଇଥିଲା। କିନ୍ତୁ ସେ ଏଥିପାଇଁ ନିର୍ମାତାଙ୍କୁ ସମୟ ମାଗିଥିଲେ। କାରଣ ସେ ଏ ଖେଳ ବିଷୟରେ କିଛି ଜିନିଷ ଭଲ ଭାବେ ଜାଣି ନେବାକୁ ଚାହୁଁଥିଲେ। ସେହିପରି ସେ ସାଇନାଙ୍କ ସହିତ କିଛି ସମୟ ବିତାଇ ତାଙ୍କ ବଡିଲାଙ୍ଗୁଏଜ୍ ଦେଖିବାକୁ ଚାହୁଁଥିଲେ।



from Odisha Reporter https://ift.tt/32U2jJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages