ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଟାଉନ ଥାନା ଅଧିନ ମୋଟେଲ ଛକରୁ ଗୋରୁ ଵୋଝେଇ ଏକ ପିକ୍ଅପ୍ ଭ୍ୟାନ ଜଵତ କରାଯାଇଛି। ଭ୍ୟାନରୁ ୩୦ଟି ଗୋରୁ ଉଦ୍ଧାର କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏକ ପିକ୍ଅପ୍ ଭ୍ୟାନଟିକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲା। ପୁଲିସ୍ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ତେବେ ଏହି ଭ୍ୟାନ୍ରେ ଯାଜପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି।
from Odisha Reporter https://ift.tt/36fmKTW
No comments:
Post a Comment