ସିରିଜ୍ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ସିରିଜ୍ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୋଲସରାରେ ସିରିଜ୍ ବୋମାମାଡ଼ ହୋଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ଏଠାକାର ମୁଖ୍ୟ ରାସ୍ତାରେ ୫ଟି ବୋମା ଫିଙ୍ଗି ଥିଲେ। ପ୍ରଥମେ ଦୁର୍ବୃତ୍ତମାନେ ପୋଲସରା ବଜାର ଛକରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଲକ୍ଷ୍ୟ କରି ୨ଟି ବୋମା ଫିଙ୍ଗି ଥିଲେ। ଏହାପରେ ରାଣୀପଡ଼ା ଓ ବାଲିଘାଇ ଛକରେ ଆଉ ୩ଟି ବୋମା ଫିଙ୍ଗି ଥିଲେ।

ପୋଲସରା ବଜାର ଛକରେ ହୋଇଥିବା ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଅନିଲ କୁମାର ମଲ୍ଲିକ ଓ ଶଙ୍କର ବେହେରା। ଅନିଲ ଜଣେ ସ୍ୱାସ୍ଥ୍ୟକର୍ମୀ। ବୋମା ବିସ୍ଫୋରଣ ପରେ ସେଥିରୁ ବାହାରିଥିବା ଗୋଡ଼ି ବାଜି ଅନିଲଙ୍କ ଡାହାଣ ଆଖିରେ ଗଭୀର ଆଘାତ ଲାଗିଛି। ସେହିଭଳି ଶଙ୍କରଙ୍କ ବାମ ପାଦରେ ଆଘାତ ଲାଗିଛି। ତେବେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି।

ବୋମାମାଡ଼ର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି। ବୋମାମାଡ଼ ପରେ ପୋଲସରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।



from Odisha Reporter https://ift.tt/31SnJWK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages