ଟ୍ରାଫିକ୍ ନିୟମକୁ ଫୁ; ରାସ୍ତାରେ ଦେଖାଇଲେ ଷ୍ଟଣ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ଟ୍ରାଫିକ୍ ନିୟମକୁ ଫୁ; ରାସ୍ତାରେ ଦେଖାଇଲେ ଷ୍ଟଣ୍ଟ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମକୁ ବହୁତ କଡ଼ାକଡ଼ି କରାଯାଇଛି। ଏପରିକି ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଅବଶ୍ୟ ରାଜ୍ୟରେ ତିନି ମାସ ପାଇଁ ଜୋରିମାନା ଆଦାୟକୁ କୋହଳ କରାଯାଇଛି। ଆଉ ଏହାର ଫାଇଦା ନେଇ ଓ ନିୟମକୁ ବେଖାତିର କରି ରାଉରକେଲାରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବାଇକ୍‌ରେ ତିନି ଜଣ ଯୁବକ ବିଏସ୍‌ଏନ୍‌ଏଲ୍ ଛକରୁ ମାଲଗୋଦାମ ରାସ୍ତା ମଧ୍ୟରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ଦେଖାଇଛନ୍ତି। ଜଣେ ଯୁବକ ଗାଡ଼ି ଚଲାଉ ଥିବା ବେଳେ ଅନ୍ୟ ଜଣେ ଗାଡ଼ି ପଛରେ ବସିଛି। ଆଉ ଜଣେ ଯୁବକ ଗାଡ଼ି ମଝିରେ ଠିଆ ହୋଇ ଦୁଇ ହାତ ହଲାଇ ରାସ୍ତା ମଝିରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ଦେଖାଉଛି।

ସୂଚନାଯୋଗ୍ୟ, ପୂର୍ବରୁ କିଛି ଯୁବକ ରାଉରକେଲାର ଏରୋଡ୍ରମ ନିକଟ ପଡ଼ିଆରେ ଷ୍ଟଣ୍ଟ୍‌ ଦେଖାଉଥିଲେ। କିନ୍ତୁ ଏବେ ବ୍ୟସ୍ତବହୁଳ ରାସ୍ତା ଉପରେ ଷ୍ଟଣ୍ଟ୍‌ କରୁଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2MujXgN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages