କମି ଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

କମି ଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମୁଛି। ଯାହାର ପ୍ରଭାବରେ ଦେଶରେ ତେଲ ଦାମ କମିଛି।  ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦ ପଇସା, ଦିଲ୍ଲୀ, ମୁମ୍ୱାଇରେ ୧୨ ପଇସା, କୋଲକାତାରେ ୧୧ ପଇସା ଏବଂ ଚେନ୍ନାଇରେ ୧୩ ପଇସା କମିଛି। ସେହିପରି ଡିଜେଲ ଦାମ୍ ଭୁବନେଶ୍ୱରରେ ୧୪ ପଇସା, ଦିଲ୍ଲୀ ଏବଂ କୋଲକାତାରେ ୧୫ ପଇସା, ମୁମ୍ୱାଇ ଏବଂ ଚେନ୍ନାଇରେ ୧୬ ପଇସା କମିଛି।

ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଓ୍ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨.୭୩ ପଇସା, ଦିଲ୍ଲୀରେ ୭୩.୪୨ ପଇସା, କୋଲକାତାରେ ୭୬.୦୭ ପଇସା, ମୁମ୍ୱାଇରେ ୭୯ ଟଙ୍କା ୦୩ ପଇସା ଏବଂ ଚେନ୍ନାଇରେ ୭୬.୨୫ ପଇସା ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦାମ ଲିଟର ପିଛା ୭୧.୬୫ ପଇସା, ଦିଲ୍ଲୀରେ ୬୬.୬୦ ପଇସା, କୋଲକାତାରେ ୬୮. ୯୬ ପଇସା, ମୁମ୍ୱାଇରେ ୬୯.୮୧ ପଇସା ଏବଂ ଚେନ୍ନାଇରେ ୭୦.୩୫ ପଇସା ରହିଛି।

ଅକ୍ଚୋବରରୁ ଏଯାଏ ୬ ଥର ପେଟ୍ରୋଲ ଦର ୧.୩୯ ପଇସା କମିଥିବାବେଳେ ଡିଜେଲ ଦର ୧୧ ଦିନରେ ୧.୩୧ ପଇସା କମିଛି। ସେହିପରି ୩୬ ପଇସା ପେଟ୍ରୋଲ ବଢ଼ିଥିବାବେଳେ ୪୯ ପଇସା ଡିଜେଲ ବଢ଼ିଛି।



from Odisha Reporter https://ift.tt/2IHioef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages