ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶୀନା ବୋରା ହତ୍ୟା ମାମଲାରେ ଜେଲରେ ବନ୍ଦୀ ଥିବା ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ମୁମ୍ୱାଇର ଏକ ପାରିବାରିକ କୋର୍ଟ ଗତକାଲି ଏହି ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି। ଜେଲରେ ବନ୍ଦୀ ଥିବାବେଳେ ଉଭୟ ଛାଡ଼ପତ୍ର ପାଇଁ ଆପୋଷ ରାଜି ହୋଇ ଏହି ନିଷ୍ପତ୍ତି ନେଇଥିଲେ। ଏହାପରେ ପାରିବାରିକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ନିୟମ ମୁତାବିକ୍ ଉଭୟଙ୍କୁ କାଉନେସେଲିଂ କରାଇ ଛଅ ମାସର ସମୟ ଦେଇଥିଲା। ହେଲେ ଉଭୟ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିନଥିଲେ।
ପିଟର ମୁଖାର୍ଜୀଙ୍କ ଓକିଲ ଶୁସ୍ମିତା ନାୟର କହିଛନ୍ତି ପିଟର ଏବେ ଅସୁସ୍ଥ ରହିଛନ୍ତି। ତେଣୁ ଛାଡପତ୍ର ପ୍ରକ୍ରିୟାରେ ବିଳମ୍ୱ ହୋଇଥିଲା। ୨୦୦୨ରେ ଉଭୟଙ୍କ ଦ୍ୱିତୀୟ ବିବାହ ହୋଇଥିଲା। ପିଟର ମୁଖାର୍ଜୀଙ୍କ ପୂର୍ବରୁ ଇନ୍ଦ୍ରାଣୀ ମୁଖାର୍ଜୀ କୋଲକାତାର ସଞ୍ଜୀବ ଖାନ୍ନାଙ୍କୁ ବିବାହ କରିଥିଲେ।
ଏପ୍ରିଲ ୨୦୧୨ରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଝିଅ ଶୀନା ବୋରାଙ୍କର ହତ୍ୟା ହୋଇଥିଲା। ମେ’ରେ ହତ୍ୟା ବାବଦରେ ସୂଚନା ମିଳିଥିଲା। ଏହାପରେ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ ହିଁ ହତ୍ୟା କରିଥିବା କୋର୍ଟ କହିଥିଲେ।
କାର ଡ୍ରାଇଭର ଶ୍ୟାମ୍ୱର ରାୟ ଏବଂ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ସାହାଯ୍ୟରେ ଇନ୍ଦ୍ରାଣୀ ମୁଖାର୍ଜୀ ଝିଅ ଶୀନାର ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଏହି ଯୋଜନାକୁ ଇନ୍ଦ୍ରାଣୀଙ୍କ ଦ୍ୱିତୀୟ ସ୍ୱାମୀ ପିଟର ମୁଖାର୍ଜୀ ଉସକାଇଥିଲେ ବୋଲି ଜଣାପଡ଼ିଛି। ୨୦୧୫ରେ ଏହି ହତ୍ୟା ମାମଲାରେ ଡ୍ରାଇଭର ଶ୍ୟାମ୍ୱର ଗିରଫ ହେବା ପରେ ପିଟରଙ୍କ ସଂପୃକ୍ତି ନେଇ ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ ଜଣେ ମିଡିଆ ବ୍ୟବସାୟୀ ଥିଲେ। ଆଇଏନଏକ୍ସ ମିଡିଆରେ ସେ ପୂର୍ବତନ ମାଲିକ ଥିଲେ। ତାଙ୍କ ସମୟରେ ଆଇଏନଏକ୍ସ ମିଡିଆରେ ବେଆଇନ ଭାବରେ ବିଦେଶୀ ପୁଞ୍ଜିନିବେଶ ହୋଇଥିଲା ବୋଲି ସିବିଆଇ ଏବଂ ଇଡି ଜାଣିବାକୁ ପାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଏହି ବେଦେଶୀ ପୁଞ୍ଜିନିବେଶକୁ ବେଆଇନ ଭାବରେ ଅନୁମତି ଦେଇଥିଲେ ବୋଲି ଅଭିଯୋଗ ରହିଛି। ତେଣୁ ଚିଦାମ୍ୱରମ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଏହି ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀ ରାଜସାକ୍ଷୀ ରହିଛନ୍ତି।
from Odisha Reporter https://ift.tt/31MHtMb
No comments:
Post a Comment