ବଲିଉଡ୍‌ର ପାଠୋଇ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 21, 2019

ବଲିଉଡ୍‌ର ପାଠୋଇ ଅଭିନେତ୍ରୀ

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଅଭିନୟରେ ଏତେଟା ସଫଳତା ମିଳିନଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକେ ପ୍ରଶଂସା କରିଥା’ନ୍ତି। କ୍ୟାରିୟର୍‌ରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି। ବର୍ତ୍ତମାନ ସେ ଟେନିସ୍‌ ତାରକା ସାଇନା ନେହ୍ୱାଲଙ୍କ ବାୟୋପିକ ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆଜି ହେଉଛି ପରିଣୀତିଙ୍କ ଜନ୍ମଦିନ। ଅକ୍ଟୋବର ୨୨ ତାରିଖ ୧୯୮୮ରେ ହରିୟାଣାର ଅମ୍ୱାଲାରେ ସେ ଜନ୍ମଗ୍ରହଣ କରିଥିଲେ। ପରିଣୀତିଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଏପରି କଥା ଜାଣିବା, ଯାହା ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ।

ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପରିଣୀତି ସବୁଠାରୁ ଅଧିକ ପାଠ ପଢ଼ିଛନ୍ତି। ତାଙ୍କ ପାଖରେ ତିନୋଟି ବିଷୟ ବିଜନେସ୍‌, ଫାଇନାନ୍ସ ଓ ଇକୋନୋମିକ୍ସର ଅନର୍ସ ଡିଗ୍ରୀ ରହିଛି।

ସେ ପିଜା ଖାଇବା ପାଇଁ ବହୁତ ଭଲ ପାଆନ୍ତି। ଏକ ଇଣ୍ଟରଭ୍ୟୁରେ ପରିଣୀତି କହିଥିଲେ, ଦିନସାରା କିଛି ନଦେଲେ ମଧ୍ୟ ସେ ପିଜା ଖାଇ ରହିପାରିବେ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପରିଣୀତି ସାରା ଭାରତରେ ଟପ୍ପର୍‌ ହୋଇଥିଲେ। ଏଥିପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କଠାରୁ ସେ ସମ୍ମାନିତ ମଧ୍ୟ ହୋଇଥିଲେ।

ଅଭିନୟ ଦୁନିଆରେ ସେ କେବେ ବି ପାଦ ଥାପିବା ପାଇଁ ଚାହୁଁନଥିଲେ। କିନ୍ତୁ ୨୦୦୮ରେ ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସେ ତାଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ।

କେବଳ ଏତିକି ନୁହେଁ, ପରିଣୀତି ଶାସ୍ତ୍ରୀୟ ସଙ୍ଗୀତରେ ବିଏ କରିଛନ୍ତି। ଟେନିସ ଷ୍ଟାର ସାନିଆ ମିର୍ଜାଙ୍କର ସେ ବହୁତ ଭଲ ସାଙ୍ଗ।



from Odisha Reporter https://ift.tt/33VjafF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages