ସିରିଜ ମୂଳପୋଛ କଲା ଟିମ୍‌ ଇଣ୍ଡିଆ, ୨୦୨ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 21, 2019

ସିରିଜ ମୂଳପୋଛ କଲା ଟିମ୍‌ ଇଣ୍ଡିଆ, ୨୦୨ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ରାଞ୍ଚି: ତୃତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଦବଦବା ଆଗରେ ଆତ୍ମସମର୍ପଣ କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ପୂର୍ବରୁ ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ରେ ହାରିଥିବା ଦକ୍ଷିଣ ଆଫ୍ରିକା ତୃତୀୟ ମ୍ୟାଚ୍‌ରେ ମଧ୍ୟ ପରାସ୍ତ ହୋଇଛି।

ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍‌ ଓ ୨୦୨ ରନ୍‌ରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ୩-୦ରେ ଟେଷ୍ଟ ସିରିଜ୍‌କୁ ମୂଳପୋଛ ମଧ୍ୟ କରିଦେଇଛି। ପ୍ରଥମ ଦୁଇ ଦିନ ବ୍ୟାଟସମ୍ୟାନଙ୍କ ଜଲୱା ପରେ ତୃତୀୟ ଦିନରେ ବୋଲରଙ୍କ କମାଲ ବଳରେ ବିରାଟ୍‌ ବାହିନୀ ଦକ୍ଷିଣ ଆଫ୍ରିକାକୁ ଦଳି ଦେଇଛି। ୫ ଦିନିଆ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ୪ ଦିନରେ ଶେଷ ମଧ୍ୟ ହୋଇଯାଇଛି।

ଭାରତର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୦୪ ରନ୍‌ ପଛରେ ଥିବା ଦକ୍ଷିଣ ଆଫ୍ରିକା ଆଜି ଖେଳ ଆରମ୍ଭ କରିଥିଲା। ତେବେ ଗତକାଲିର ସ୍କୋର ୧୩୨/୮ରେ ମାତ୍ର ୧ ରନ୍‌ ଯୋଡ଼ିବାକୁ ଦଳ ସକ୍ଷମ ହୋଇଥିଲା।

ଡେବ୍ୟୁଟାଣ୍ଟ ଶହବାଜ ନଦୀମ ପ୍ରଥମେ ଥ୍ୟୁନିସ୍‌ ଡି ବ୍ରୁନ୍‌(୩୦)ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ସେ ପ୍ରଥମ ବଲରେ ହିଁ ଲୁଙ୍ଗି ଏନ୍‌ଗିଡିଙ୍କୁ ଆଉଟ୍‌ କରି ଦକ୍ଷିଣ ଆଫ୍ରିକା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିଲେ।

ଗତକାଲି ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ୍‌ରେ ୮ୱିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ପ୍ରଥମ ଇନିଂସ୍‌ରେ ମାତ୍ର ୧୬୨ ରନ୍‌ କରିପାରି ଥିବା ଦକ୍ଷିଣ ଆଫ୍ରିକା ପରାଜୟ ଏଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ଭାରତୀୟ ବୋଲରଙ୍କ ଆଗରେ ପୂରା ଦଳ ଆତ୍ମସମର୍ପଣ କରିଥିଲା। ବିଶେଷ କରି ଟିମ୍‌ ଇଣ୍ଡିଆର ଦୁଇ ପେସ ବୋଲର ଉମେଶ ଯାଦବ ଓ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଛିନଛତ୍ର କରିଦେଇଥିଲେ।

ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ମହମ୍ମଦ ଶାମି ୩ଟି ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ ଓ ନଦୀମ ୨ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ୍‌ ଯାଇଛି।

ପ୍ରଥମ ଇନିଂସ୍‌ରେ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଡବଲ ଟନ୍‌(୨୧୨) ଓ ଅଜିଙ୍କ୍ୟ ରାହଣେଙ୍କ (୧୧୫) ରନ୍‌ ବଳରେ ୪୯୭/୯ କରି ପାଳି ଘୋଷଣା କରିଥିଲା।

ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସ୍‌ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦଳ ୯ ରନ୍‌ରେ ୨ ୱିକେଟ୍‌ ହରାଇଥିଲା। ତୃତୀୟ ଦିବସରେ ଭାରତୀୟ ବୋଲରଙ୍କ ଆଗରେ ଦକ୍ଷିଣ ଆଫ୍ରିକା ପୂରା ଆତ୍ମସମର୍ପଣ କରିଥିଲା।

କେବଳ ହମଜା(୬୨)ଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟସ୍‌ମ୍ୟାନ୍‌ ଭାରତୀୟ ବୋଲରଙ୍କୁ ମୁକାବିଲା କରିପାରି ନଥିଲେ। ଶେଷରେ ଦଳ ତା’ର ପ୍ରଥମ ଇନିଂସ୍‌ରେ ୧୬୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଭାରତ ଫଲଅନ୍‌ ଦେବାରୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଥିଲା। ହେଲେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦଳ ୮ ୱିକେଟ୍‌ ହରାଇ ୧୩୨ ରନ୍‌ କରିବାକୁ ହିଁ ସକ୍ଷମ ହୋଇଥିଲା।

ଆଜି ଦିବସ ଆରମ୍ଭରୁ ହିଁ ନଦୀମ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରି ଭାରତକୁ ବିଜୟୀ କରାଇଥିଲେ।

ନିଜର ଡବଲ ଟନ୍‌ ପାଇଁ ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।



from Odisha Reporter https://ift.tt/33RJh7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages