ଶ୍ରୀନଗର: ଜମ୍ମୁ କଶ୍ମୀରକୁ ଯେଉଁ ୟୁରୋପୀୟ ସାଂସଦ ବୁଲିବାକୁ ଆସିଛନ୍ତି, ସେମାନେ କେନ୍ଦ୍ର ସରକାରଙ୍କ ସମର୍ଥକ। ଭାରତ ଗସ୍ତରେ ଆସିଥିବା ୨୩ ୟୁରୋପୀୟ ସାଂସଦଙ୍କୁ ମଙ୍ଗଳବାର ଏଭଳି କହିଥିଲେ ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମ୍ ନେତା ଅସାଦୁଦ୍ଦିନ ଓୱେସୀ । ଆଜି ଏହାର ଜବାବ ଦେଇଛନ୍ତି ଫ୍ରାନ୍ସର ସାଂସଦ ଥିୟରୀ ମରିୟାନୀ। ଯେଉଁମାନେ ତାଙ୍କ ବାବଦରେ ଏଭଳି କହୁଛନ୍ତି, ପ୍ରଥମେ ଆମ ମାନଙ୍କ ବାବଦରେ ସେମାନେ ଜାଣିବା ଦରକାର ବୋଲି ମରିଆନୀ କହିଛନ୍ତି। ବିଭିନ୍ନ ଟିଭି, ଖବର କାଗଜରେ ତାଙ୍କ ମାନଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟ ପଢ଼ିବା ପରେ ସେ ଏଭଳି କହିଛନ୍ତି।
ଏହି ଅବସରରେ ସେ ପରମର୍ଶ ଦେଇଛନ୍ତି, ‘ଲୋକମାନେ କାହା ବିଷୟରେ କିଛି କହିବା ପୂର୍ବରୁ ତାଙ୍କ ବାବଦରେ ପଢ଼ିବା ଦରକାର। ମୁଁ ମନ୍ତ୍ରୀ ରହିଛି ଫ୍ରାନ୍ସ ସରକାରରେ। ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ସାଙ୍ଗକୁ ୧୪ ଥର ନିର୍ବାଚିତ ହୋଇଛି’।
ଫ୍ରାନ୍ସର ଦ ରିପବ୍ଲିକାଂସ ପାର୍ଟିର ଏହି ୬୧ ବର୍ଷୀୟ ସାଂସଦ ପରିବହନ ମନ୍ତ୍ରୀ ଭଳି ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ରହିଛନ୍ତି। ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଆସି ବିଭିନ୍ନ ନେତା ଓ ଲୋକଙ୍କ ସହ କଥା ହୋଇ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ଅବଗତ ହୋଇଥିଲେ। ଜମ୍ମୁ କଶ୍ମୀର ବାସୀ ନିଜକୁ ଭାରତୀୟ ବୋଲି କହିଥିବା ମରିଆନୀ କହିଛନ୍ତି।
from Odisha Reporter https://ift.tt/2qYs7qJ
No comments:
Post a Comment