ଏକତାଙ୍କୁ ମିଳିଗଲେ ଦ୍ୱିତୀୟ ନାଗୁଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଏକତାଙ୍କୁ ମିଳିଗଲେ ଦ୍ୱିତୀୟ ନାଗୁଣୀ

ମୁମ୍ବାଇ: ଏକତା କପୁରଙ୍କ ସିରିଏଲ୍‌ ‘ନାଗିନ୍‌ ୪’କୁ ନେଇ ବେଶ୍ କିଛି ଦିନ ହେଲାଣି ଜୋର ଚର୍ଚ୍ଚା ଚାଲିଛି। ପ୍ରଥମେ ଚର୍ଚ୍ଚା ଚାଲିଥିଲା ଲିଡ୍ ରୋଲ୍‌କୁ ନେଇ। ତେବେ ତାହା ଫାଇନାଲ୍ ହୋଇଗଲା। ଏଥିରେ ନିୟା ଶର୍ମା ଅଭିନୟ କରିବେ। ଏକତା କପୁର ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଆଉ ଏବେ ଦ୍ୱିତୀୟ ଲିଡ୍‌ ଚରିତ୍ର ଅର୍ଥାତ୍ ଦ୍ୱିତୀୟ ନାଗୁଣୀକୁ ନେଇ ଚର୍ଚ୍ଚା ଚାଲିଛି। 

ନାଗିନ୍‌-୪ର ଯେଉଁ ପ୍ରୋମୋ ପ୍ରସାରିତ ହେଉଛି, ସେଥିରେ ଦୁଇ ଜଣ ନାଗୁଣୀଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିୟା ଶର୍ମା। ହେଲେ ଦ୍ୱିତୀୟ ଜଣକ କିଏ? ସୂଚନା ଅନୁଯାୟୀ, ଏହି ଦ୍ୱିତୀୟ ନାଗୁଣୀ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଚର୍ଚ୍ଚା ହେଉଛି, ଅନେକ ଅଭିନେତ୍ରୀଙ୍କ ନାଁକୁ ବିଚାର କରାଯିବା ପରେ ଏହି ରୋଲ୍‌ ପାଇଁ ଅଙ୍କିତାଙ୍କୁ ଫାଇନାଲ୍‌ କରାଯାଇଛି। ହେଲେ ଏ ନେଇ ନିର୍ମାତା ଏକତା କପୁରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ।

View this post on Instagram

📸 @tkhutal_official

A post shared by Ankita Lokhande (@lokhandeankita) on

ଯଦି ଏ କଥା ଠିକ୍‌, ତା’ହେଲେ ଏକ୍‌ତାଙ୍କ ସହିତ ଅଙ୍କିତାଙ୍କର ଏହା ଦ୍ୱିତୀୟ ସିରିଏଲ୍‌ ହେବ। ଏବା ପୂର୍ବରୁ ଅଙ୍କିତା ବାଲାଜୀ ଟେଲିଫିଲ୍ମସର ହିଟ୍‌ ସିରିଏଲ୍‌ ପବିତ୍ର ରିସ୍ତା’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥ୍‌ଲେ। ଏଥିରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ।  ଅଙ୍କିତାଙ୍କ ପୂର୍ବରୁ ‘ନାଗିନ୍‌-୪’ ପାଇଁ କ୍ରିଷ୍ଟଲ୍‌ ଡି’ସୌଜାଙ୍କୁ ଫାଇନାଲ କରାଯାଇଥିଲା। ହେଲେ କୌଣସି କାରଣରୁ ସେ ଏଥିରେ ସାମିଲ ହୋଇପାରିଲେ ନାହିଁ।

 



from Odisha Reporter https://ift.tt/2C6kT6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages