କଶ୍ନୀର ପ୍ରସଙ୍ଗରେ ସତ କ’ଣ ପଚାରିବାରୁ ସାମ୍ୱାଦିକଙ୍କ ଉପରେ ଚିଡ଼ି ଗଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

କଶ୍ନୀର ପ୍ରସଙ୍ଗରେ ସତ କ’ଣ ପଚାରିବାରୁ ସାମ୍ୱାଦିକଙ୍କ ଉପରେ ଚିଡ଼ି ଗଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେଶୀ

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ସତ କ’ଣ ପଚାରିବାରୁ ଚିଡ଼ି ଗଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ। ନିଜ ଦେଶର ଏକ ଟିଭି ଚ୍ୟାନେଲକୁ ଏକ ସାକ୍ଷାତକାର ଦେବା ଅବସରରେ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇପାରି ସାମ୍ୱାଦିକଙ୍କ ଉପରେ ଚିଡ଼ି ଯାଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ। ଯାହାକି ପାକିସ୍ତାନର ମିଛ ଏଜେଣ୍ଡାକୁ ପଦାରେ ପକାଇଛି। ସୋଶାଲ ମିଡିଆରେ ମଧ୍ୟ ଏହାକୁ ନେଇ କୁରେଶୀ ଓ ଇମ୍ରାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ପାକିସ୍ତାନର ଟିଭି ଚ୍ୟାନେଲ୍ ‘ଏକ୍ସପ୍ରେସ୍ ନ୍ୟୁଜ୍’ ନିକଟରେ ନିଜ ଦେଶର ବୈଦେଶିକ ମନ୍ତ୍ରୀଙ୍କର ଏକ ସାକ୍ଷାତକାର ନେଇଥିଲା। ଏହି ଅବସରରେ ଟିଭି ଚ୍ୟାନେଲର ଉପସ୍ଥାପକ ଜେଭେଦ୍ ଚୌଧୁରୀ କୁରେଶୀଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏକ ମନ୍ତବ୍ୟକୁ ଉଦ୍ଧୃତ କରି ପ୍ରଶ୍ନ କରିଥିଲେ। ସେ କହିଥିଲେ “ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିକଟରେ କହିଥିଲେ କଶ୍ମୀର ପ୍ରସଙ୍ଗରେ ଜାତସଂଘର ମାନବାଧିକାର କମିଶନ ନିକଟରେ ପାକିସ୍ତାନକୁ 58ଟି ଦେଶ ସମର୍ଥନ କରୁଛନ୍ତି। ଏହି ସବୁ ଦେଶର ନାମ କ’ଣ”?

ଏହାପରେ କୁରେଶୀ ଚିଡ଼ି ଯାଇ ସାମ୍ୱାଦିକ ଜାଭେଦଙ୍କୁ କହିଥିଲେ ‘ଆପଣ କାହା ଏଜେଣ୍ଡାରେ କାମ କରୁଛନ୍ତି। ଆପଣ କ’ଣ କହିବେ ଓ ନିଷ୍ପତ୍ତି ନେବେ କିଏ ପାକିସ୍ତାନକୁ ସମର୍ଥନ କରୁଛି?। ଆପଣ ଯାହା ଚାହୁଁଛନ୍ତି ଲେଖନ୍ତୁ”।

ଜବାବରେ ସାମ୍ୱାଦିକ ଜାଭେଦ ଚୌଧୁରୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସେହି ଟୁଇଟକୁ ବାହାର କରି ଦେଖାଇଥିଲେ ସାକ୍ଷାତକାର ବେଳେ। ଏହାପରେ କୁରେଶୀ କହିଥିଲେ “ମୁଁ କେଉଁଠି କହିଛି ଦେଖାନ୍ତୁ”। ଜାଭେଦ୍ ପୁଣି କୁରେଶୀଙ୍କୁ ତାଙ୍କ ଟୁଇଟ୍ ଦେଖାଇଥିଲେ। ଯେଉଁଥିରେ ସେ ଇମ୍ରାନଙ୍କ ମନ୍ତବ୍ୟକୁ ସମର୍ଥନ କରି ଏକ ଟୁଇଟ୍ କରିଥିଲେ। ଏହାପରେ ନିଜକୁ ବଞ୍ଚାଇବାକୁ ଯାଇ କୁରେଶୀ କହିଥିଲେ “ମୁଁ ଯାହା ପୂର୍ବରୁ କହିଛି ସେଥିରେ ମୁଁ ଏକମତ। ଏଥିରେ ଭୁଲ୍ କ’ଣ ରହିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ରହିଛି..ଆପଣ କେଉଁ ଏଜେଣ୍ଡାକୁ ଅନୁସରଣ କରୁଛନ୍ତି?”

 



from Odisha Reporter https://ift.tt/2Mg4Yqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages