ବିନିକା (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଏସ୍ ରାମପୁର ଥାନା ଅନ୍ତର୍ଗତ ଗିଧମାଳ ଗାଁ ନିକଟ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକ୍ଟରର ଟ୍ରଲି ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକଙ୍କ ନାଁ ଗୋବର୍ଦ୍ଧନ ଛତ୍ରିଆ(୨୮)। ତାଙ୍କ ଘର ତମାମୁରା ଗାଁରେ।
ଆଜି ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ଏକ ଘର ତିଆରି କାମ ପାଇଁ ଏହି ଇଟା ଯାଉଥିଲା ବୋଲି କୁହାଯାଉଛି। ତେବେ ଟ୍ରାକ୍ଟରଟି କେଉଁଠିକୁ ଯାଉଥିଲା, ତାହା ଜଣାପଡ଼ି ନାହିଁ।
ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଗୋବର୍ଦ୍ଧନଙ୍କ ପରିବାର ଲୋକେ ମୃତଦେହ ରଖି କପାସିର-ଗିଧମାଳ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା କରୁଛି।
from Odisha Reporter https://ift.tt/2PljyjK
No comments:
Post a Comment