ଏମିତି କାମ କରି ଜେଲ୍‌ ଯାଇଥିଲେ ଶାହରୁଖ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ଏମିତି କାମ କରି ଜେଲ୍‌ ଯାଇଥିଲେ ଶାହରୁଖ୍‌

ମୁମ୍ୱାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ନିକଟରେ ଆମେରିକାର ଟିଭି ହୋଷ୍ଟ୍‌ ଡେଭିଡ୍‌ ଲେଟରମ୍ୟାନ୍‌ଙ୍କ ଚାଟ୍‌ ଶୋ’ ‘ମାଇଁ ନେକ୍ସଟ୍‌ ଗେଷ୍ଟ୍‌ ନିଡ୍‌ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ।

ଶାହରୁଖ୍‌ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍‌ରୁ ବାହାରିବା ପାଇଁ ସେ ପୁଲିସ୍‌କୁ ହାତ ଯୋଡ଼ି ଅନୁରୋଧ ମଧ୍ୟ କରିଥିଲେ।

ଏହି ଘଟଣାଟି ହେଉଛି ୧୯୯୨ ମସିହାର। ଶାହରୁଖ୍‌ ସେହି ସମୟରେ ‘ମାୟା ମେମ୍‌ସାହେବ’ ନାମରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିଲେ। ଏହାର ନିର୍ଦ୍ଦେଶକ ଥିଲେ କେତନ ମେହତା। ଏଥିରେ ଶାହରୁଖଙ୍କ ହିରୋଇନ୍‌ ଥିଲେ କେତନଙ୍କ ସ୍ତ୍ରୀ ଦୀପା ସାହି। ଫିଲ୍ମର ଗୋଟିଏ ଦୃଶ୍ୟରେ ଦୀପାଙ୍କ ସହିତ ଶାହରୁଖ୍‌ଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତ ରହିଥିଲା। ଫିଲ୍ମର ଶୁଟିଂ ସମୟରେ ଗୋଟିଏ ମାଗାଜିନ୍‌ରେ ଏହାକୁ ନେଇ ଆପତ୍ତିଜନକ ଖବର ପ୍ରକାଶ ପାଇଥିଲା। ଏଥିରେ ଲେଖା ହୋଇଥିଲା, ଅନ୍ତରଙ୍ଗ ଦୃଶ୍ୟ ଶୁଟିଂ ପୂର୍ବରୁ ନିର୍ଦ୍ଦେଶକ ଶାହରୁଖ୍‌ ଓ ଦୀପାଙ୍କୁ ଗୋଟିଏ ରାତି ଏକାଠି ବିତାଇବା ପାଇଁ କହିଥିଲେ। ଏହାଦ୍ୱାରା ସେମାନେ ପରସ୍ପରକୁ ଭଲ ଭାବରେ ଜାଣିପାରିବେ। ଏହି ଖବର ଶାହରୁଖ୍‌ ଓ ନିର୍ଦ୍ଦେଶକଙ୍କ ସ୍ତ୍ରୀଙ୍କ ପ୍ରତି ଭାରି ଅପମାନ ଥିଲା। ଶାହରୁଖ୍‌ଙ୍କୁ ଏ ଖବର ପଢ଼ି ଭାରି ଖରାପ ଲାଗିଥିଲା।

ଏ ଘଟଣାକୁ ନେଇ ଲେଟର୍‌ମ୍ୟାନ୍‌ଙ୍କ ଶୋ’ରେ ଶାହରୁଖ୍‌ କହିଥିଲେ, “ଏହି ଖବର ପଢ଼ିବା ପରେ ମୁଁ ଡିଷ୍ଟର୍ବ ହୋଇପଡ଼ିଥିଲି। ଇଣ୍ଡଷ୍ଟ୍ରୀରେ ନୂଆ ମଧ୍ୟ ଥିଲି ଏବଂ ସବୁ ନ୍ୟୁଜ୍‌ରେ ପ୍ରତିକ୍ରିୟା ଦେଇ ଦେଉଥିଲି। ଭାଗ୍ୟ ଭଲ ସେ ସମୟରେ ସୋଶାଲ ମିଡିଆ ନଥିଲା, କେବଳ ପତ୍ରପତ୍ରିକା ଥିଲା। ରାଗିଯାଇ ମୁଁ ନିର୍ଦ୍ଦେଶକଙ୍କୁ କଲ୍‌ କରିଥିଲି ଏବଂ ଏପରି ଖବର ତାଙ୍କ ସ୍ୱୀକୃତିରେ ଛପା ଯାଇଛି ବୋଲି ଜାଣିବାକୁ ପାଇଥିବା କହିଥିଲି। ଏହାପରେ ମୁଁ ତାଙ୍କ ଅଫିସ୍‌ରେ ପହଞ୍ଚିଥିଲି ଓ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲି। ସେଠାରେ ଥିବା ଲୋକଙ୍କ ଉପରେ ଚିଲ୍ଲାଇବା ସହିତ ବାଡ଼େଇବା ପାଇଁ ଧମକ ମଧ୍ୟ ଦେଇଥିଲି। ଆଉ ସେଥିପାଇଁ ମୋତେ ପୁଲିସ୍‌ ଗିରଫ କରିଥିଲା।”

ଶାହରୁଖ୍‌ ଆହୁରି କହିଥିଲେ, “ମୁଁ ଯେଉଁ ହାଜତରେ ଥିଲି ତାହା ବହୁତ ଅପରିଷ୍କାର ଥିଲା। ସେଥିପାଇଁ ଛାଡ଼ି ଦେବାକୁ ମୁଁ ପୁଲିସ୍‌ ଷ୍ଟେସନରେ ହାତ ଯୋଡ଼ି ଅନୁରୋଧ କରିଥିଲି। ଏପରି ଭୁଲ୍ ଆଉ କେବେ କରିବି ନାହିଁ ବୋଲି ବି କହିଥିଲି। ଏହାପରେ ସନ୍ଧ୍ୟାରେ ମୋତେ ଜାମିନ ମିଳିଥିଲା।’

 



from Odisha Reporter https://ift.tt/2pV5Rxn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages