ଆଣ୍ଡାମାନ ଫେରିବେ ଅମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ଆଣ୍ଡାମାନ ଫେରିବେ ଅମିତ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ସମୁଦ୍ର ଭିତରେ ମରଣ ସହ ସାମ୍ନାସାମ୍ନି ହୋଇ ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକ ଅମିତ କୁଜୁରଙ୍କୁ ଖୁବଶୀଘ୍ର ଆଣ୍ଡାମାନ ପଠାଇ ଦିଆଯିବ। ପ୍ରଥମେ ତାଙ୍କୁ ଚେନ୍ନାଇ ନିଆଯିବ। ସେଠାରୁ ଆଣ୍ଡାମାନ ପୁଲିସ୍ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାଶ।

ଅମିତଙ୍କୁ ବର୍ତ୍ତମାନ ପୁରୀର ଏକ ଆଶ୍ରୟସ୍ଥଳୀରେ ରଖାଯାଇଛି। ଗତ ୨୬ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳର ସମୁଦ୍ର କୂଳରୁ ଅମିତଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୮ ତାରିଖରେ ଅମିତ ଓ ଦିବ୍ୟରଂଜନ ନାମକ ୨ ନାବିକ ପୋର୍ଟବ୍ଲେୟାରରୁ ରାସନ ଧରି ନିଲ୍ ଆଇଲ୍ୟାଣ୍ଡ ଅଭିମୁଖେ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ। ତେବେ ମଝି ସମୁଦ୍ରରେ ଘୁର୍ଣ୍ଣିଝଡ଼ ହେବାରୁ ଉଭୟ ଦିଗହରା ହୋଇପଡ଼ିଲେ ।

ମଝି ଦରିଆରେ ଲଙ୍ଗର ଦଉଡ଼ି ବି ଛିଣ୍ଡିଯାଇଥିଲା। ଏଭଳି ପରିସ୍ଥିତିରେ ସେମାନେ ଡଙ୍ଗାରେ ଥିବା ସମସ୍ତ ରାସନ ସାମଗ୍ରୀକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ। ଆଉ ଦିଗହରା ହୋଇ ବୁଲୁଥିବା ବେଳେ ବୋଟରେ ଡିଜେଲ୍ ସରିଯାଇଥିଲା। କିଛି ଦିନ ପରେ ଉଭୟ ବର୍ମାରେ ପହଞ୍ଚି ଯାଇଥଲେ। ଏହାପରେ ସ୍ଥାନୀୟ ନୌସେନା ପକ୍ଷରୁ ସହାୟତା ସହ ୨୬୦ ଲିଟର ଡିଜେଲ୍ ଦେଇ ଦକ୍ଷିଣ ଦିଗକୁ ଯିବା ପାଇଁ  ପରାମର୍ଶ ଦିଆଯାଇଥିଲା।

ଉଭୟଙ୍କ ସଂଘର୍ଷ ଏତିକିରେ ସରିନଥିଲା । ବର୍ମାରୁ ଫେରିବା ବାଟରେ ଉଭୟଙ୍କୁ  ଆଉ ଏକ ଘୂର୍ଣ୍ଣିଝଡ଼ର ସାମ୍ନା କରିବାକୁ ପଡ଼ିଥିଲା । ତେବେ କୂଳକୁ ଲାଗିବା ପୂର୍ବରୁ ପୁଣି ତେଲ ସରିଯିବାରୁ ବାଟବଣା ହୋଇଗଲେ ଅମିତ ଓ ଦିବ୍ୟରଂଜନ। ସମୁଦ୍ର ଭିତରେ ପ୍ରାୟ ୧୦ ଦିନ ଧରି ଅଖିଆ ଅପିଆ ଲୁଣି ପାଣି ପିଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ଅମିତ ଓ ଦିବ୍ୟରଂଜନ। ତାହାରି ଭିତରେ ଅନାହାରରେ ଡଙ୍ଗାରେ ଆଖିବୁଜି ଦେଇଥିଲେ ଦିବ୍ୟରଂଜନ। ତାଙ୍କ ମୃତଦେହକୁ ୩ ଦିନ କାଳ ରଖିବା ପରେ ଦୁର୍ଗନ୍ଧ ହେବାରୁ ସମୁଦ୍ର ଭିତରେ ଫିଙ୍ଗିଦେଇଥିବା ବଖାଣିଛନ୍ତି ଅମିତ।

ଶେଷରେ ୨୮ ଦିନ ଅଖିଆ ଅପିଆ ସଂଘର୍ଷ ପରେ ଗତ ୨୬ ତାରିଖରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ସମୁଦ୍ର କୂଳରେ ସେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଅମିତଙ୍କୁ ଡଙ୍ଗାରୁ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଥିଲେ।



from Odisha Reporter https://ift.tt/34eUpeR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages